Home ଓଡ଼ିଶା ଏବେ ଚୁଲିରେ ନିୟମ!

ଏବେ ଚୁଲିରେ ନିୟମ!

217

ରାଉରକେଲା ୧୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନିୟମ ହୋଇଥିଲା ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପକୁ ଗଲେ ପେଟ୍ରୋଲ ମିଳିବ। କିଛି ଦିନ ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହେଲା। ନୂଆ ନିୟମ ପରେ ପେଟ୍ରୋଲ ପମ୍ପରେ ଏଥିଲାଗି ସଚେତନତା ବ୍ୟାନର ଲଗାଯାଇ ଗ୍ରାହକ ମାନଙ୍କୁ ଅବଗତ କରାଗଲା। ପୁଲିସ ମଧ୍ୟ ଗାଡ଼ି ଚାଳକଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ତାଗିଦ ମଧ୍ୟ କଲେ। ଦରକାର ସ୍ଥଳେ ଗ୍ରାହକ ହେଲମେଟ ନପିନ୍ଧି ପେଟ୍ରୋଲ ପମ୍ପରେ ତେଲ ପକାଇଲେ ପୁଲିସ ଜରିମାନା ଦେଇ ତଣ୍ଡ ଗଣିଲେ। ମାତ୍ର କିଛି ମାସ କଲାପରେ ଏବେ ନିୟମ ଚୁଲିରେ! ରାଉରକେଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ଏବେ ବିନା ହେଲମେଟରେ ଦୁଇ ଚକିଆ ବାହାନ ତେଲ ପକାଇବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏକ ଦୈନିକ ଆକଳନ ଅନୁସାରେ ରାଉରକେଲାର ପେଟ୍ରୋଲ ପମ୍ପରେ ୭୦ ପ୍ରତିଶତ ଲୋକ ନୋ ହେଲମେଟ ନୋ ପେଟ୍ରୋଲ ନିୟମର ପରିସର ବାହାରେ। ବିଶେଷ କରି ଯୁବପିଢୀ ବିନା ହେଲମେଟରେ ତେଲ ପକାଇବା ପ୍ରାୟତଃ ଦେଖିବାକୁ ମିଳେ। ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକକୁ ସଂଲଗ୍ନ କରୁଥିବା ଜାତୀୟ ରାଜପଥ-୧୪୩ରେ ବିନା ହେଲମେଟରେ ଗାଡ଼ି ଚାଳନା ବଢିବାରେ ଲାଗିଛି। ଯାହାକି ନିଶ୍ଚିତ ରୂପେ ମୃତ୍ୟୁର ସତର୍କ ଘଂଟି କହିଲେ ଆଦୌ ଭୁଲହେବ ନାହିଁ। ଅପରପକ୍ଷେ ଦୁର୍ଘଟଣାର ହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ ନୋ ହେଲମେଟ, ନୋ ପେଟ୍ରୋଲ ନିୟମର ଆରମ୍ଭ କରାଯାଇଥିଲା। ମାତ୍ର ଉପଯୁକ୍ତ ଜନସଚେତନତାର ଅଭାବ ହେଉକି, ପ୍ରଶାସନର ଅପାରଗତା ଏହି ନିୟମ ଏବେ କବରର ଦ୍ୱାରସ୍ଥଳେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ନୂତନ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହରୁ କମ ସମୟ ବାକି ରହିଥିବା ବେଳେ, ଏହି ନିୟମ ଆସନ୍ତା ବର୍ଷରେ କି ରୂପରେଖ ନେଇ ସାମନାକୁ ଆସିବ ତାହା କେବଳ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.