Home ଓଡ଼ିଶା ଏବେବି ଚାଲିଛି କଙ୍ଗାରୁ କୋର୍ଟ ରଣପୁର ଥାନାରେ ଅଭିଯୋଗ

ଏବେବି ଚାଲିଛି କଙ୍ଗାରୁ କୋର୍ଟ ରଣପୁର ଥାନାରେ ଅଭିଯୋଗ

47

ନୟାଗଡ/୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ପୁଣି କଙ୍ଗାରୁ କୋର୍ଟ ଚାଲୁଥିବା ଅଭିଯୋଗ ହେଉଅଛି । କଙ୍ଗାରୁ କୋର୍ଟରେ ନିର୍ଜାତନା ର ଶୀକାର ହୋଇ ପରିବାର ଲୋକେ ଥାନାରେ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ଅଭିଯୋଗ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ଥାନା ବଳଭଦ୍ରପୁର ଗ୍ରାମପଞ୍ଚାୟତ ସୁରୁକାବାଡି ଗ୍ରାମର ଲକ୍ଷ୍ମୀପ୍ରିୟା ଦାସ ସ୍ୱାମୀ –ରାଜ କିଶୋର ଦାସ । ଅଭିଯୋଗ ଅନୁଯାଇ ଏକ ଚୋରି ଘଟଣାରେ କଙ୍ଗାରୁ କୋର୍ଟ ବସିଥିବା ସମୟରେ ଲକ୍ଷ୍ମୀପ୍ରିୟା ଙ୍କ ସ୍ୱାମୀ ରାଜ କିଶୋର କଙ୍ଗାରୁ କୋର୍ଟ କୁ ଯାଇପାରି ନଥିଲେ  । ଯାହାଦ୍ୱାରା କି ଲକ୍ଷ୍ମୀପ୍ରିୟା ଙ୍କ ପରିବାର କୁ କଙ୍ଗାରୁ କୋର୍ଟ ନିଷ୍ପତି ଅନୁଯାଇ ଗ୍ରାମରୁ ନିଆଁ ଓ ପାଣି ବାଛନ୍ଦ କରି ଦିଆଗଲା ।

ଲକ୍ଷ୍ମୀପ୍ରିୟା ପରିବାର ଦୁଃଖ କଷ୍ଟରେ ଚଳି ଆସୁଥିବା ବେଳେ ଗ୍ରାମର ସନ୍ତୋଷ ନାୟକ ଙ୍କ ନେତୃତ୍ୱରେ କିଛି ବ୍ୟକ୍ତି ହାତରେ ଠେଙ୍ଗା କଟୁରି ଆଦି ମାରଣାସ୍ତ୍ର ଧରି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଗ୍ରାମରୁ ତଡିବା ଓ ଜୀବନରେ ମାରିଦେବା ଉଦେଶ୍ୟ ରେ ଗୋଡାଇଲେ । ଫଳରେ ଅନ୍ଧାର ର ସୁଯୋଗ ନେଇ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ୱାମୀ ରାଜ କିଶୋର ବାଡିପଟେ ଲୁଚିଛପି ରଣପୁର ଥାନା କୁ ଆସି ଅଭିଯୋଗ କଲେ । ରଣପୁର ଥାନା ପୋଲିସ ନୂଆବର୍ଷ ରେ ଅଭିଯୋଗ ପାଇ ମଧ୍ୟ ଗ୍ରାମକୁ ନଯାଇ ଗ୍ରାମରକ୍ଷୀ ମାଧ୍ୟମରେ କଙ୍ଗାରୁ କୋର୍ଟ କରୁଥିବା ଗ୍ରାମବାସୀ ମାନଙ୍କୁ ଡକାଇଲେ । ଫଳରେ ଗ୍ରାମବାସୀ ମାନେ ଥାନାକୁ ନଆସି ପୁଣିଥରେ ଲକ୍ଷ୍ମୀପ୍ରିୟା ଓ ରାଜ କିଶୋର ଙ୍କୁ ଗ୍ରାମ ଭିତରକୁ ଆସିଲେ ଜୀବନରେ ଶେଷ କରିଦେବାକୁ ନିଷ୍ପତି ନେଇଥିବା ପୁର୍ନବାର ରଣପୁର ଥାନା ରେ ଅଭିଯୋଗ କରିଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଥାନାରେ ଏହି ମାମଲା ସର୍ମ୍ପକରେ କାହାକୁ ଅଭିଯୋଗ କରାଯାଇଛି ସେ ସର୍ମ୍ପକରେ ମୁଁ ଜାଣି ନାହିଁ । ଯଦି ଏଭଳି କଙ୍ଗାରୁ କୋର୍ଟ ଚାଲିଛି ନିଶ୍ଚିତ ଭାବରେ ପୋଲିସ ତରଫରୁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.