Home ଜିଲ୍ଲା ପରିକ୍ରମା ଏବିଭିପି ପକ୍ଷରୁ ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଏବିଭିପି ପକ୍ଷରୁ ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

23

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏବିଭିପି ପକ୍ଷରୁ ନଗଦ ସଂପାଦକ ଦେବାଶିଷ ଲାହା ଓ ଜିଲା ସହ ସଂଯୋଜକ ଜ୍ୟୋତିପ୍ରକାଶ ସାହୁଙ୍କ ନେତୃତ୍ୱରେ ନୂତନ ଭାବେ ଭଦ୍ରକ ଜିଲାର ଜିଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ଆଇଏଏସ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ରାଷ୍ଟ୍ରୀୟ ବିଚାରର ଏକ ପୁସ୍ତକ ପ୍ରଦାନ କରି ସ୍ୱାଗତ କରାଯାଇଛି। ଏହି ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଜିଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ନଗର ମିଡିଆ ପ୍ରମୁଖ ବିଶ୍ୱନାଥ ଲାହା, ରାହୁଲ ଦେବ, ଦୀପକ ବେହେରା ଓ ସମ୍ବିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.