Home ଓଡ଼ିଶା ଜଳିଗଲା ପାମତେଲ ବୋଝେଇ ଟ୍ରକ

ଜଳିଗଲା ପାମତେଲ ବୋଝେଇ ଟ୍ରକ

57

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥର ବାରିକପୁରଛକ ଓଭରବ୍ରିଜ ଉପରେ ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ଭଦ୍ରକ ଅଭିମୁଖି ପାମତେଲ ବୋଝେଇ ଟ୍ରକ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ଭଦ୍ରକ ଅଭିମୁଖି ଓଆର ୦୯ ଏ ୫୯୭୩ ପାମତେଲ ବୋଝେଇ ଟ୍ରକ ସଂପୃକ୍ତ ସ୍ଥାନରେ ହଠାତ ଜଳିଉଠିଥିଲା। ଖବର ପାଇ ଭଣ୍ଡାରିପୋଖରୀ ଦମକଳ ଯାନ ଯାଇ ଅଗ୍ନିନିର୍ବାପନ କାର୍ଯ୍ୟ କରିଥିଲା। ଅଗ୍ନିର ପଖରତା ଯୋଗୁଁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ବନ୍ତ ଓ ଭଦ୍ରକରୁ ଦମକଳ ଯାନ ଆସି ଅଗ୍ନିନିର୍ବାପନରେ ସହାୟତା କରିଥିଲେ। ରାତ୍ର ପ୍ରାୟ ୧.୩୦ ବେଳେ ଅଗ୍ନିକୁ ଆୟତ୍ତ କରାଯାଇଥିଲା। ମାତ୍ର ସେତେବଳକୁ ଟ୍ରକ ସହ ଟ୍ରକରେ ଥିବା ସମସ୍ତ ତେଲ ପ୍ୟାକେଟ ଜଳିସାରିଥିଲା। ଟ୍ରକର ବ୍ୟାଟେରୀରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା ବୋଲି ଦମକଳ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.