Home କେନ୍ଦୁଝର ସଂଗରୋଧ କେନ୍ଦ୍ର ନିରୀକ୍ଷଣ କଲେ ଜିପିଓ

ସଂଗରୋଧ କେନ୍ଦ୍ର ନିରୀକ୍ଷଣ କଲେ ଜିପିଓ

408

ହାଟଡ଼ିହି, ୧୧ । ୫ : ହାଟଡିହି ବ୍ଲକ ଡଅଁର ର ପଞ୍ଚାୟତର ସଂଗରୋଧ କେନ୍ଦ୍ରକୁ ଜିପିଓ ନବୀନଦ ଚନ୍ଦ୍ର ନାୟକ ନିରୀକ୍ଷଣ କରିଛନ୍ତି । ଆଜି ମଧ୍ୟାହ୍ନରେ ଜିପିଓ ଶ୍ରୀ ନାୟକ ଡଅଁର ପଞ୍ଚାୟତରେ ପହଞ୍ଚି ଜୋରାଗଡିଆ, ଚଷାଖଣ୍ଡ, ଡଅଁର ଏମ.ଇ.ସ୍କୁଲ ଓ ଡଅଁର ହାଇସ୍କୁଲରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ଗୁଡିକ ବୁଲି ଦେଖିବା ସହ କେନ୍ଦ୍ରରେ କେତେଜଣ ରହୁଛନ୍ତି ତାହାର ତାଲିକା କରିବା ସହିତ ରହୁଥିବା ଲୋକମାନଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଏ ସମ୍ପର୍କରେ ସରପଞ୍ଚ ହିସି ହେମ୍ରମ, ସରପଞ୍ଚଙ୍କ ପ୍ରତିନିଧି ମଦନ ସାନ୍ତାଳ, ପିଇଓ ରମେଶ ମାଝୀଙ୍କ ସହ ସଂଗରୋଧ କେନ୍ଦ୍ର ଗୁଡିକର ସୁ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହିତ ପିଇଓ ବେଣୁଧର ପୁର୍ତ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.