Home ଓଡ଼ିଶା ଏଥର ଜନଗଣନା ମୋବାଇଲ ଆପରେ ହେବ: ଅମିତ ଶାହ

ଏଥର ଜନଗଣନା ମୋବାଇଲ ଆପରେ ହେବ: ଅମିତ ଶାହ

468

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ):ଆଧାରକାର୍ଡ, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଖାତା ଭୋଟର ପରିଚୟପତ୍ର ଆଦି ପାଇଁ ଭବିଷ୍ୟତରେ ଆଉ ଅଲଗା କାର୍ଡ କିମ୍ବା ଦସ୍ତାବିଜ୍‌ ରଖିବାକୁ ଆବଶ୍ୟକ ହେବ ନାହିଁ । ଏହା ବଦଳରେ ଆପଣଙ୍କୁ ଗୋଟିଏ ମାତ୍ର କାର୍ଡ ରଖିବାକୁ ପଡ଼ିବ । କେନ୍ଦ୍ର ସରକାର ଏଭଳି ଏକ ବ୍ୟବସ୍ଥା ଆଣିଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତି ଶାହ  ଏହା ସହ ସେ ଆହୁରି କହିଛନ୍ତି ଯେ, ଆଗାମୀ ୨୦୨୧ରେ ହେବାକୁ ଥିବା ଜନଗଣନା ମୋବାଇଲ୍‌ ଆପ୍‌ ମାଧ୍ୟମରେ କରାଯିବ । ଯାହା ଫଳରେ ଜନଗଣନାରେ ସାମିଲ ଅଧିକାରୀଙ୍କୁ ଆଉ କାଗଜ କିମ୍ବା କଲମ ଧରି ବୁଲିବାକୁ ପଡିବ ନାହିଁ ।

ଏହି ଜନଗଣନା ପ୍ରକ୍ରିୟା ଡିଜିଟାଲ କ୍ଷେତ୍ରରେ ଏକ ବଡ଼ ବୈପ୍ଳବିକ ପରତବର୍ତ୍ତନ ଆଣିବ । ନୂଆଦିଲ୍ଲୀରେ ଆଜି ରେଜିଷ୍ଟର ଜେନେରାଲ ଅଫ୍ ଇଣ୍ଡିଆର ଏକ ନୂଆ କାର୍ଯ୍ୟାଳୟର ଶିଳାନ୍ୟାସ କରିବା ଅବସରରେ ଶାହା କହିଲେ ଯେ, ଏଭଳି ଏକ ବ୍ୟବସ୍ଥା ହେବା ଦରକାର ଯେଉଁଥିରେ ଆମ ପାଖରେ ଗୋଟିଏ କାର୍ଡରେ ସବୁ ତଥ୍ୟ ରହିପାରିବ । ଯାହା ଫଳରେ ଆଉ ଏତେ ପ୍ରକାର କାର୍ଡ ରଖିବାକୁ ପଡିବ ନାହିଁ ।

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.