Home ଅପରାଧ ଏନଆରସି ଭୟରେ ମରିଗଲେ ୬ ଜଣ!

ଏନଆରସି ଭୟରେ ମରିଗଲେ ୬ ଜଣ!

807

ନୂଆଦିଲ୍ଲୀ: ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏବେ ଏହା ସାରା ଦେଶରେ ଲାଗୁ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ତେବେ ପଶ୍ଚିମବଙ୍ଗରେ କୌଣସି ପରିସ୍ଥିତିରେ ଏନଆରସି ଲାଗୁ କରାଇ ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମମତା କହିଛନ୍ତି କେବଳ ଏନଆରସି ଲାଗୁ ହେବା ଭୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଛି।ବିଜେପି ଦେଶରେ ଭୟର ବାତାବରଣ ସୃଷ୍ଟି କରାଉଛି।ଲୋକତନ୍ତ୍ର ଆଉ କେଉଁଠି ନାହିଁ, ଯାହା କେବଳ ପଶ୍ଚିମବଙ୍ଗ ବଙ୍ଗରେ ଲୋକତନ୍ତ୍ର ବଞ୍ଚି ରହିଛି ବୋଲି ମମତା କହିଛନ୍ତି।

୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଦେଶରେ ରହିଥିବା ଆଉ ଏକ ସମ୍ବେଦନଶୀଳ ସମସ୍ୟା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ତାହା ହେଲା ବେଆଇନ ଅନୁପ୍ରବେଶ କାରୀଙ୍କୁ ଦେଶରୁ ହଟାଇବା।ଆସାମରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏହା ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସାରା ଦେଶରେ ନ୍ୟାସନେଲ ରେଜିଷ୍ଟର ଅଫ ସିଟିଜେନ ବା ଏନଆରସି ଲାଗୁ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।ସେ ପ୍ରଶ୍ନ କରିଛନ୍ତି, ଏମିତି କୌଣସି ଦେଶ ଅଛି ଯିଏ ନିଜ ଦେଶରେ ବେଆଇନ ଭାବେ ବିଦେଶୀଙ୍କୁ ରହିବାକୁ ଅନୁମତି ଦେବ?ଶାହା କହିଛନ୍ତି ଆମେରିକା, ବ୍ରିଟେନ ଅବା ଋଷରେ ବେଆଇନ ଭାବେ କେହି ବାସ କରି ପାରିବେନି।ତେବେ ଅନ୍ୟ ଦେଶର ନାଗରିକ ଭାରତରେ ବିନା ପରିଚୟ ପତ୍ରରେ କିପରି ରହିପାରିବ?ଖୁବଶୀଘ୍ର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ ଗଠନ କରାଯିବ ବୋଲି ଶାହା କହିଛନ୍ତି।ଦେଶରେ ରହୁଥିବା ସମସ୍ତ ନାଗରିକଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ।ଏବଂ ସରକାର ପୁଣି ଥରେ ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ ଆଗତ କରିବାକୁ ଯାଉଛନ୍ତି ବୋଲି ଶାହା କହିଛନ୍ତି।ତେବେ ମମତା ବାନାର୍ଜୀ, ଅସଦୁଦ୍ଦିନ ଓୱେସୀ ପରି କିଛି ନେତା ଏହାକୁ ବିରୋଧ କରୁଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.