Home ଓଡ଼ିଶା ଜେଏନୟୁ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଭବାନୀ ଶଙ୍କର ହୋତାଙ୍କ ଦାବି

ଜେଏନୟୁ ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଭବାନୀ ଶଙ୍କର ହୋତାଙ୍କ ଦାବି

169

ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଦରେ ଜେଏନୟୁ ଛାତ୍ରଙ୍କ ଆନ୍ଦୋଳନ : ଭବାନୀ ଶଙ୍କର ହୋତା

ସମ୍ବଲପୁର, ୨୧/୧୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାର ସମାଧନ ପାଇଁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଭବାନୀ ଶଙ୍କର ହୋତା ଦାବି କରିଛନ୍ତି। ସେ ଏକ ପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନଙ୍କ ଦାବିକୁ ମହାସଂଘ ସମର୍ଥନ କରୁଛି। ଜେଏନୟୁ ଛାତ୍ରଙ୍କ ଦାବି ନ୍ୟାର୍ଯ୍ୟ ଏବଂ ଯୁକ୍ତିଯୁକ୍ତି ଅଟେ। ଏହାର ପ୍ରତିକାର କରିବା ବଦଳରେ ଦମନମୂଳକ ନୀତି ଗ୍ରହଣୀୟ ନୁହେଁ। ଦାବିର ପୃଷ୍ଟଭୂମିକୁ ଦେଖା ଗଲେ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରର ଏହି ସଂସ୍ତାନର ରେ କେବଳ ଫି ବୃଦ୍ଦି ପ୍ରତ୍ୟାହର ପାଇଁ ଆନ୍ଦୋଳନ ହେଉନାହିଁ, ସରକାରଙ୍କ ଦ୍ୱାରା ଅନ୍ୟ କ୍ଷେତ୍ରକୁ ଉଦ୍ଦେଶ୍ୟ ମୂଳକ ଅଗ୍ରାଧୀକାର ଏବଂ ଦୋମୁହାଁ ନୀତିକୁ ଛାତ୍ରଛାତ୍ରୀ ମାନେ ବିରୋଧ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କ ପହଂଚ, ସମନତା, ଉତରଦାୟୀତ୍ୱ ପ୍ରଭୃତି ଦିଗ ଏବଂ ସାମ୍ପ୍ରତିକ ଆହ୍ୱାନ ବାବଦରେ ଡ଼. କେ କସ୍ତୁରୀରଂଗନ କମିଟୀ ନୂଆ ଶିକ୍ଷା ନୀତି-୨୦୧୯ ର ଚିଠା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ କମ ଅନୁପାତ ( ଗ୍ରସ ଏନରୋଲମେଂଟ ରେସିଓ) କୁ ପଚାଶ ପ୍ରତିଶତୁ ବୃଦ୍ଦି କରିବା ପାଇଁ ଡ଼. କସ୍ତୁରୀରଂଗନ କମିଟୀ ସୁପାରିଶ କରିଛି। ଅନ୍ୟ ଦେଶ ମାନଙ୍କ ମଧ୍ୟୁର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଅନୁପାତ ଚୀନରେ ୩୯.୪, ଯୁକ୍ତରଷ୍ଟ୍ରରେ ୮୬.୭, ଜର୍ମାମୀରେ ୬୫.୫ ପ୍ରତିଶତ ରହିଥିବା ବେଳେ ଭାରତରେ ଏହା ମାତ୍ର ୨୩ ପ୍ରତିଶତ ଅଟେ। ସମସ୍ତଙ୍କ ପାଇଁ ସମାନ ଭାବରେ ଉଚ୍ଚଶିକ୍ଷା ପହଂଚାଇବା ପାଇଁ ପଥ ସୁଗମ କରିବା ସକାଶେ ଶିକ୍ଷାରେ ସବୁ ପ୍ରକାରର ଫି କୁ ହ୍ରାସ କରାଯିବା ଉଚିତ ବୋଲି ଶ୍ରୀ ହୋତା କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି। ସରକାର ବିଶ୍ୱବିଦ୍ୟାଳୟ ଜରିଆରେ ଫି ବଢାଇବା ନିଷ୍ପତି ଦ୍ୱାରା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହେବେ। ସେହିପରି ପଛୁଆ ଇଲାକାର ଛାତ୍ରଛାତ୍ରୀ ଉ୍ଚ୍ଚଶିକ୍ଷା ହାସଲ କରିବାରୁ ବଂଚିତ ହେବେ। ଫି ବୃଦ୍ଦି ନିଷ୍ପତି ପରୀକ୍ଷା ଜେଏନୟୁରେ ସଫଳ ହେଳେ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏହିପରି ଫି ବୃଦ୍ଦି ନିଷ୍ପତି କାର୍ଯ୍ୟକାରୀ କରାଯିବ ବୋଲି ହୃଦବୋଧ ହେଉଛି। ଯାଫଳରେ କି ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ଅନୁପାତ ଆହୁରି ହ୍ରାସ ପାଇବ ଏବଂ ୨୦୩୫ ସୁଦ୍ଦା ଏହି ଅନୁପାତକୁ ପଚାଶ ପ୍ରତିଶତରେ ପହଂଚାଇବା ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ଏବେ ଶିକ୍ଷା କ୍ଷେତ୍ରରେ ଲୋକଙ୍କ ଖର୍ଚ୍ଚକୁ ହ୍ରାସ କରାନଗଲେ, ବର୍ତମାନର ଜିଡ଼ିପିରୁ ୨.୭ ପ୍ରତିଶତରୁ ଶିକ୍ଷା କ୍ଷେତ୍ରରେ କେବେ ପ୍ରସ୍ତାବିତ ୬ ପ୍ରତିଶତ ପ୍ରାବଧାନ କରାଯିବ। ଯଦି ଏହା ନହୁଏ ଅସ୍ତିତ୍ୱ ନଥାଇ ଉତ୍କର୍ଷ କେନ୍ଦ୍ରରେ ଭାବେ ଘୋଷିତ ସଂସ୍ତାନକୁ କିମ୍ବା ସ୍କୁଲ ଶିକ୍ଷାର ନେଟଓାର୍କ ର ସଂସ୍ରାନ ଗୁଡ଼ିକୁ ବର୍ଦ୍ଦିତ ଜିଡ଼ିପିର ଅଂଶ ପ୍ରଦାନ କରାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଜେଏନୟୁ ଫି ହ୍ରାସ ଦାବି କ୍ଷେତ୍ର ମିଥ୍ୟା ଓ କପଳୋକଳ୍ପିତ ପ୍ରଚାର କରାଯାଉଛି। ଏହା ଏହି ସମ୍ମାଜକନକ ଶିକ୍ଷାନୁଷ୍ଟାନର ସୁନାମକୁ କ୍ଷତି କରିବ। ବରିଷ୍ଟ ରାଜନୈତିଜ୍ଞ ଶ୍ରୀ ହୋତ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟବସ୍ତିତ ଢାଂଚାରେ ପ୍ରତିଷ୍ଟିତ ଜେଏନୟୁ ମିନି ଇଂଡ଼ିଆ ଭାବରେ ପରିଚିତ। ଏହାର ଏଡ଼ମିଶନ ପୋଲିସି ଯୋଗୁ ଦେଶର ସବୁ ଅଂଚଳ ଓ ବର୍ଗର ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଆହରଣ କରିପାରୁଛନ୍ତି। ଯଦ୍ୱାରା ଜେଏନୟୁ ଚାଳିଶ ପ୍ରତିଶତ ଶିକ୍ଷାର୍ଥୀ ଏହି ବର୍ଗ ଓ ଇଲାକାର ଅଟନ୍ତି। ଏଠାର ଥିବା ପ୍ରଚଳିତ ଫି କୁ ପଚାଶ ପ୍ରତିଶତ ବୃ୍ଦ୍ଦି ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଂଚିତ ହେବେ। କାରଣ ଅନେକ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କ ମାସିକ ଆୟ ଛଅ ହଜାର ଟଙ୍କା, ଏପରିକି ଏହାଠାରୁ ମଧ୍ୟ କମ ଅଟେ। ଏଣୁ ଫି ବୃଦ୍ଦି ନିଷ୍ପତି କୁ ପ୍ରତ୍ୟାହାର ଦାବି ନେଇ ଛାତ୍ରସଂସଦ ଚଳାଇଥିବା ଆନ୍ଦୋଳନ ନ୍ୟାୟିକ ଅଟେ ଏହାକୁ ଦମନକରିବାର ପଦକ୍ଷେପ ର କୈାଣସି କାରଣ ନାହିଁ ବୋଲି ଶ୍ରୀ ହୋତା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.