Home କୋରାପୁଟ ଏକ ଅଜଣା ଗାଡି ଦୁର୍ଘଟଣାରେ ଯୁବକ ମୃତ ;ରେଡକ୍ରସ ତରଫରୁ ଅନୁକୁମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ

ଏକ ଅଜଣା ଗାଡି ଦୁର୍ଘଟଣାରେ ଯୁବକ ମୃତ ;ରେଡକ୍ରସ ତରଫରୁ ଅନୁକୁମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ

145

କୋରାପୁଟ ୦୯-୧୦(ଓଡିଆ ପୁଅ /ରଂଜନ କୁମାର ଦାସ )କୋରାପୁଟ ମେଡିକାଲ କଲେଜ ନିକଟରେ ଏକ  ଅଜଣା ଗାଡିଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହେଲାପରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।ଜିଲ୍ଲା ପ୍ରଶାସନ ତରଫରୁ  ଅନୁକୁମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯିବା ପରେ ଉତେଜନା ହ୍ରାସ ପାଇ ମୃତଦେହକୁ  ବ୍ୟବଛେଦ ନିମନ୍ତେ ନିଆଯାଇଥିଲା ।
କୋରାପୁଟ ସଦର ଥାନା ଅନ୍ତର୍ଗତ ଛପର ଗ୍ରାମର ଭୁବେନ ଜାନି ଓ ଅନ୍ୟ ୨ଜଣ ସାଥୀ କୋରାପୁଟ ସହରରେ ଗତକାଲି ରାତ୍ରୀରେ ଦଶହରା ଉତ୍ସବ ଦେଖିସାରି ଘରକୁ ଫେରୁଥିବା ବେଳେ ମେଡିକାଲ କଲେଜ ନିକଟ ରାସ୍ତାରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଭୁବେନର ମୃତ୍ୟୁହୋଇଯାଇଥିଲା ।ଗୋଟିଏ ମାସତଳେ ଭୁବନ ବିବାହ କରିଥିଲା ସେ ଅତ୍ୟନ୍ତ ଗରୀବ ହୋଇଥିବାରୁ ଜିଲ୍ଲାପ୍ରଶାସନ ତରଫରୁ ତାର ସ୍ତ୍ରୀ ଅହଲ୍ୟା ଜାନିଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।କୋରାପୁଟ ବିଧାୟକ ରଘୁରାମ ପଡାଲ ଛପର ଗ୍ରାମକୁ ଯାଇ ମୃତ ଭୁବେନର ବାପା ମଙ୍ଗଳା ଜାନିଙ୍କୁ ଚେକ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.