Home ଅପରାଧ ଏକା ସାଙ୍ଗରେ ୩ ଜଣ ଡ୍ରାଇଭରଙ୍କ ମୃତ୍ୟୁ; ଘଟଣା ସନ୍ଦେହ ଘେରରେ ..

ଏକା ସାଙ୍ଗରେ ୩ ଜଣ ଡ୍ରାଇଭରଙ୍କ ମୃତ୍ୟୁ; ଘଟଣା ସନ୍ଦେହ ଘେରରେ ..

381

ଭୁବନେଶ୍ୱର: ଢେଙ୍କାନାଳ ଶକ୍ତି ସୁଗାର୍ ମିଲ ପରିସରରେ ଏକା ସାଙ୍ଗରେ ତିନି ଜଣ ଡ୍ରାଇଭରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମିଲର ପାର୍କିଂ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସଙ୍କଟାପର୍ଣ୍ଣ ଅବସ୍ଥାରେ ଉଦ୍ଧାର ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଢେଙ୍କାନାଳ ଡାକ୍ତରଖାନା ଏବଂ ଅନ୍ୟ ଜଣଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ଏମାନେ ଖୋର୍ଦ୍ଧରେ ଥିବା ଏକ ମଦ ଫ୍ୟାକ୍ଟ୍ରିରେ ଡ୍ରାଇଭର ଭାବରେ କାମ କରୁଥିଲେ। ଲକ୍ ଡାଉନ୍ ଘୋଷଣା ପୂର୍ବରୁ ସ୍ପିରିଟ ଆଣିବାକୁ ଢେଙ୍କାନାଳ ଶକ୍ତି ସୁଗାର୍ ମିଲ ଯାଇ ଲକ୍ ଡାଉନ୍ ଘୋଷଣା କାରଣରୁ ସେଠାରେ ଫସି ରହିଥିଲେ। ଏମାନଙ୍କ ନାମ ଦିଲ୍ଲୀପ ଭାରତୀ, ରୁଦଲ ଭାରତୀ ଏବଂ ହରିରାମ ଭାରତୀ। ସମସ୍ତଙ୍କ ଘର ବିହାରରେ ଏବଂ ତିନି ଜଣ ଜାକ ସଂପର୍କୀୟ ଭାଇ ବୋଲି ଜଣାପଡ଼ିଛି। -ଦେବଦତ୍ତ ରଥ

ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.