Home ଓଡ଼ିଶା ଏକାଠି ନଜର ଆସିଲେ ବିଜେପି ଓ ବିଜେଡ଼ି ସାଂସଦ

ଏକାଠି ନଜର ଆସିଲେ ବିଜେପି ଓ ବିଜେଡ଼ି ସାଂସଦ

255

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପୁଣି ଏକାଠି ନଜର ଆସିଛନ୍ତି ବିଜେପି ଓ ବିଜେଡି ସାଂସଦ। ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ଓ ମଦର, ମଦର ଲ୍ୟାଣ୍ଡକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦିଲ୍ଲୀରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରମେଶ ନିଶଙ୍କ ପୋଖରିଆଲ। କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ରମେଶ ମାଝୀ, ଚନ୍ଦ୍ରାଣୀ ମୁର୍ମୁ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମହେଶ ସାହୁ ଓ ବିଜେପି ସାଂସଦ ସୁରେଶ ପୂଜାରୀ, ସଂଗୀତା ସିଂଦେଓ, ନୀତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ଦିନ ପୂର୍ବରୁ ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ କାମ ଶୀଘ୍ର ସାରିବା ନେଇ ଉଭୟ ବିଜେଡି ଓ ବିଜେପି ସାଂସଦ ଏକାଠି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଗଡକରୀଙ୍କୁ ଭେଟି ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.