Home ଓଡ଼ିଶା ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ: ଧର୍ମେନ୍ଦ୍ର ପ୍ରଧାନ

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ: ଧର୍ମେନ୍ଦ୍ର ପ୍ରଧାନ

253

ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
– ଶିକ୍ଷା ହିଁ ଓଡିଶାର ମୂଳ ପୁଞ୍ଜି
– ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହେଉଥିବା ସମାଜ ହିଁ ଆଗକୁ ବଢିପାରେ
– ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ସ୍କୁଲର ଉନ୍ନତି ପାଇଁ ଯୋଗଦାନ ଦେବାକୁ ପରାମର୍ଶ
– ସ୍କୁଲର ସ୍ମୃତି ସ୍ତମ୍ଭ ଉନ୍ମୋଚନ କରିବା ସହ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ

ଭୁବନେଶ୍ୱର, ନଭେମ୍ବର ୧୬ (ଓଡ଼ିଆ ପୁଅ) : ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ। ତେଣୁ ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ତାହା ଏକବିଂଶ ଶତାବ୍ଦୀରେ ସେତେ ଅଧିକ ସଫଳତା ହାସଲ କରିବ ବୋଲି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ହିଁ ଓଡିଶାର ମୂଳ ପୁଞ୍ଜି। ସମାଜ ଆଗକୁ ସେତେବେଳେ ବଢେ ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଏହି ସ୍କୁଲରେ ପାଠ ପଢି ଯାଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ନିଜେ ସ୍କୁଲର ଉନ୍ନତି ପାଇଁ କିଛି ଯୋଗଦାନ କରିବା ନେଇ ସେ ପରାମର୍ଶ ଦେଇଥିଲେ। ସେ କହିଛନ୍ତି ଯେ, ୨୦୧୩ରେ ରାଜ୍ୟ ସରକାର ଏହି ସ୍କୁଲର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନେଇଥିଲେ। ଯେଉଁ ସ୍କୁଲର ଦାୟିତ୍ୱ ସରକାର ୨୦୧୩ ମସିହାରେ ନେଲେ, ସେହି ସ୍କୁଲର ଦାୟିତ୍ୱ ଲକ୍ଷ୍ମୀସାଗର ଅଂଚଳର କିଛି ଉଦ୍ୟୋକ୍ତା ମାନେ ୧୯୬୯ ମସିହାରୁ ନେଇ ଆସୁଥିଲେ। ସାମାଜିକ ଦାୟିତ୍ୱବୋଧର ଏହା ଗୋଟିଏ ଉଦାହରଣ ବୋଲି ଶ୍ରୀ ପ୍ରଧାନ ପରିପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରିବା ସହ ସ୍କୁଲ ପରିସରରେ ଥିବା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.