Home ଓଡ଼ିଶା ଏଏସଆଇ କୋର କମିଟି ପକ୍ଷରୁ ଗର୍ଭଗୃହ ଯାଂଚ

ଏଏସଆଇ କୋର କମିଟି ପକ୍ଷରୁ ଗର୍ଭଗୃହ ଯାଂଚ

53

ପୁରୀ, ୨୫/୬- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଆଜି କୋର କମିଟି ତଥା ଶ୍ରୀ ମନ୍ଦିର ବୈଷୟିକ କମିଟି ର ମିଳିତ ଟିମ୍ ଶ୍ରୀ ମନ୍ଦିର ଗର୍ଭବୃହ ଯାଂଚ କରିଛି। ଦୁଇଦିନ ଧରି ଏହି ଯାଂଚ ପ୍ରକ୍ରିୟା ଚାଲିବାକୁ ଥିବା ବେଳେ ଆବଶ୍ୟକ ପଡିଲେ ମରାମତି କରାଯିବା ସହ ଯାଂଚ ପରେ ରିପୋର୍ଟ ପ୍ରସ୍ତୁତ କରାଯିବ। ସେପଟେ ରଥଯାତ୍ରା ରେ କାର୍ଯ୍ୟରତ ସେବାୟତ ଓ କର୍ମଚାରୀ ଙ୍କ କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ୍ ନମୁନା ସଂଗ୍ରହ ପ୍ରକ୍ରିୟା ତିନୋଟି ପରୀକ୍ଷା କେନ୍ଦ୍ର ରେ ଆରମ୍ଭ କରାଯାଇଛି। ଏଏସଆଇ ଓ ବୈଷୟିକ କୋର କମିଟି ସଦସ୍ୟ ଶ୍ରୀ ମନ୍ଦିର ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ, ରୋଷଶାଳା ବାରମ୍ବରା ଯାଂଚ କରିଛନ୍ତି। ଶ୍ରୀ ମନ୍ଦିର ବୈଷୟିକ ଟିମ୍ ଏଏସଆଇ ପୃତ ଓ କୋଠାବାଡି ବିଭାଗ ର ସଦସ୍ୟ ଏହି ଯାଂଚ ଟିମ୍ ରେ ସାମିଲ ହୋଇଛନ୍ତି। ଏଥିପାଇଁ ଶ୍ରୀ ମନ୍ଦିର ସିଂହଦ୍ୱାର ଗୁମୁଟ ରେ ଭାରା ବନ୍ଧା ଯାଇଛି। ଯାଂଚ ପରେ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜଗମୋହନ ଓ ଦେବସ୍ନାନ ମଣ୍ଡପ ସଂପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଯଦି ଦରକାର ହୁଏ ତେବେ ନାଟମଣ୍ଡପ ଗର୍ଭଗୃହ ଓ ରୋଷଘରର ଆବଶ୍ୟକୀୟ ମରାମତି କରାଯିବ। ସୂଚନାଯୋଗ୍ୟ ନାଟ ମଣ୍ଡପ ର ବିମ୍ ରେ ଫାଟ ସୃଷ୍ଟି ହୋଇ ପାଣି ଝରୁଛି। ଏଥିନିମନ୍ତେ କ୍ରାକ୍ ରିଡିଙ୍ଗ୍ ମିଟର ଲଗାଯାଇଛି। ମରାମତି କୁ ନେଇ ବୈଠକ ରେ ଏକ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ ହୋଇଛି। କୋଭିଡ୍‌-୧୯ କୁ ଦୃଷ୍ଟି ରେ ରଖି ଆଜି ଶ୍ରୀ ମନ୍ଦିର କୁ ସାନିଟାଇଜ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.