Home Top News ଉମେଶ ପାଲ ହତ୍ୟା ମାମଲା : ୟୁପି ପୋଲିସ୍ ଏନ୍‌କାଉଣ୍ଟରେ ଟଳିଲା ହତ୍ୟାକାରୀ

ଉମେଶ ପାଲ ହତ୍ୟା ମାମଲା : ୟୁପି ପୋଲିସ୍ ଏନ୍‌କାଉଣ୍ଟରେ ଟଳିଲା ହତ୍ୟାକାରୀ

55

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ଉମେଶ ପାଲ ହତ୍ୟା ମାମଲାରେ ହତ୍ୟା ଅଭିଯୁକ୍ତ ତଥା ୫୦, ୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଅଭିଯୁକ୍ତ ଉସମାନ ଚୌଧୁରୀର ଏନକାଉଣ୍ଟର ହୋଇଛି। ସୂଚନାଯୋଗ୍ୟଯେ, ଉମେଶ ପାଲ ନାମକ ଜଣେ ଓକିଲ ଏବଂ ସନ୍ଦୀପ ନିଶାଦଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଉସମାନ ଆଜି ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଛି।

ସୂଚନାନୁସାରେ, ସୋମବାର ପୂର୍ବାହ୍ନରେ ୟୁପି ପୋଲିସର କ୍ରାଇମବ୍ରାଞ୍ଚ, ବିଜୟ ଓରଫ ଉସମାନ ଚୌଧୁରୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଉସମାନ ଗୁଳିରେ ଆଘାତ ପାଇବା ପରେ ଗୁରୁତର ଆହତ ହୋଇଥିଲା। ଏହା ପରେ କ୍ରାଇମ ବ୍ରାଞ୍ଚ ତାକୁ ହସପିଟାଲକୁ ନେଇଥିଲା, ଡାକ୍ତରମାନେ ତା’ର ମୃତ୍ୟୁ ପୁଷ୍ଟି କରିଥିଲେ। ପ୍ରୟାଗରାଜ ପୋଲିସ କମିଶନର ରମିତ ଶର୍ମା ଉସମାନ ଚୌଧୁରୀ ଏନକାଉଣ୍ଟରକୁ ମଧ୍ୟ ପୁଷ୍ଟି କରିଛନ୍ତି।

ସୂଚନାଯୋଗ୍ୟଯେ, ୨୭ ଫେବୃଆରୀରେ ଅରବାଜର ମଧ୍ୟ ଏନକାଉଣ୍ଟର ହୋଇଥିଲା
ଉମେଶ ପାଲ ଏବଂ ଗନର୍ ସନ୍ଦୀପଙ୍କ ହତ୍ୟା ମାମଲାରେ ଫେବୃଆରୀ ୨୭ ରେ ୟୁପି ପୋଲିସ ଅରବାଜ ନାମକ ଜଣେ ସୁଟରର ଏନକାଉଣ୍ଟର କରିଥିଲା। ଉମାଶ ପାଲ ହତ୍ୟା ମାମଲାରେ ବ୍ୟବହୃତ ହୋଇଥିବା କ୍ରେଟା କାରକୁ ଅରବାଜ ଚଳାଉଥିଲା।

୨୪ ଫେବୃଆରୀରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା

ସୂଚନାଯୋଗ୍ୟଯେ, ଫେବୃଆରୀ ୨୪ ରେ ପ୍ରୟାଗରାଜ ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ଓକିଲ ଉମେଶ ପାଲ ଏବଂ ତାଙ୍କ ଗାର୍ଡ ସନ୍ଦୀପ କୋର୍ଟରେ ଶୁଣାଣି ପରେ ଫେରୁଥିଲେ। ତା’ପରେ ଦୁବୃତ୍ତମାନେ ଉଭୟଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଏହା ପରେ ବିଧାୟକ ରାଜୁ ପାଲଙ୍କ ପତ୍ନୀ ତଥା ବର୍ତ୍ତମାନ ଏସପି ବିଧାୟକ ପୂଜା ପାଲ ସିଏମ ଯୋଗୀଙ୍କଠାରୁ ସୁରକ୍ଷା ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.