Home ଜିଲ୍ଲା ପରିକ୍ରମା ଉମିଦ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ

ଉମିଦ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ

18

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଉମିଦ ଫାଉଣ୍ଡେସନ’ର କାର୍ଯ୍ୟକାରିଣୀ ବୈଠକ ସମ୍ପାଦକ ରାଜେଶ ବାରିକଙ୍କ ପୌରହିତ୍ୟରେ ତୋରତ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗତ ଦୁଇବର୍ଷର କାର୍ଯ୍ୟବିବରଣୀ ଓ ବାର୍ଷିକ ଆୟବ୍ୟୟ ସମ୍ପର୍କରେ ସମୀକ୍ଷା ଆଲୋଚନା କରାଯାଇଥିଲା । ଏହି ଅବସରରେ ନୂତନ ସଦସ୍ୟତା ଗ୍ରହଣ ସମେତ ଆଗାମୀ ଦିରେ ପାଳଦାବାଙ୍କରେ ବୌଦ୍ଧବିହାର ଷୋଳମପୁର, ମା ବିରଜାମନ୍ଦିରକୁ ରାସ୍ତା ସୂଚନା ଫଳକ ସ୍ଥାପନ ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଓଡିଶା ରାଜ୍ୟ ବିକଳାଙ୍ଗ ମଞ୍ଚ ସମ୍ପାଦକ ତଥା ଉମିଦ ସଙ୍ଗଠନ ସଭାପତି ଅକ୍ଷୟ କୁମାର ସାହୁ, ଦେବେଶ ସାମଲ, ସାମ୍ବାଦିକ ରାଜକିଶୋର ଜେନା, ପ୍ରଣୟ ସାମଲ, ବଳରାମ ସେଠୀ, ଅନିତା ବେହେରା, ଜ୍ୟୋତିଶଙ୍କର ପଣ୍ଡା, ବୈଦ୍ୟନାଥ ସାହୁ, ଯୁଗଧର୍ମ ବେହେରା, ସମାଜସେବୀ ବିଶ୍ୱମ୍ଭର ରାଉତ, ରବିନ୍ଦ୍ର ଜେନା, ବିକାଶ ସାହୁ, ଦିଲ୍ଲିପ ପୃଷ୍ଟି, ସୁଦର୍ଶନ ରାଉତ, ବିରଞ୍ôଚ ବେହେରା, ଉମେଶ ସ୍ୱାଇଁ, ଗୌତମ ମହାପାତ୍ର, ବିଜୟ କୁମାର ପରିଡା, ପ୍ରଶାନ୍ତ ବେହେରା, ଜଗନ୍ନାଥ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ସେବା କାର୍ଯ୍ୟରେ ସମିଲ ପାଇଁ ଶପଥପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.