Home ଜିଲ୍ଲା ପରିକ୍ରମା ଉପାଧ୍ୟକ୍ଷାଙ୍କ ନେତୃତ୍ୱରେ ସଂଖ୍ୟାଧିକ ବିଜେଡି କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ, ପୌରାଧ୍ୟକ୍ଷାଙ୍କ ଯୋଗୁଁ ଉନ୍ନୟନ...

ଉପାଧ୍ୟକ୍ଷାଙ୍କ ନେତୃତ୍ୱରେ ସଂଖ୍ୟାଧିକ ବିଜେଡି କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ, ପୌରାଧ୍ୟକ୍ଷାଙ୍କ ଯୋଗୁଁ ଉନ୍ନୟନ କାମ ଠପ୍

25

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାରେ ବିବାଦ ତୁଟୁନି । ଆଜି ପୌରପାଳିକାରେ ଉନ୍ନୟନ କାର୍ଯ୍ୟ ନହେବା, ଚୂଡାନ୍ତ ହୋଇଥିବା ଟେଣ୍ଡର ଗୁଡିକର କାଯ୍ୟାଦେଶ ପ୍ରଦାନ ନକରିବା, କାମ ହୋଇଥିବା କାମର ବିଲ୍ ପୈଠ ନକରିବା ଓ ଟେଣ୍ଡର ପରେ କାଯ୍ୟାଦେଶ ନେଇ କାର୍ଯ୍ୟ ଆରମ୍ଭ କରୁନଥିବା ଠିକାଦାରଙ୍କ ବିରୋଧରେ ଆଜି ପୌରପାଳିକା ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନାଙ୍କ ନେତୃତ୍ୱରେ ୨୨ଜଣ କାଉନସିଲର ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ଠାରୁ ସହରାଚଂଳ ର ବିକାଶ ପାଇଁ ଆସିଥିବା ବିପୁଳ ଆର୍ଥିକ ଅନୁଦାନ ବିନିଯୋଗ ନହୋଇ ପଡି ରହିଛି । ମୁଖ୍ୟ କଥା ହେଲା, ଖୋଦ୍ ପୌରାଧ୍ୟକ୍ଷା ଏହି ସବୁ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଥିବା ବିଜେଡି ର ଉପାଧ୍ୟକ୍ଷା ଓ ସଂଖ୍ୟାଧିକ କାଉନସିଲରମାନେ ଅଭିଯୋଗ କରିଛନ୍ତି । ଫଳରେ ପୌରପାଳିକାର ୩୦ଟି ୱାର୍ଡରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନହେବା ଓ ପୌରବାସୀ ମୌଳିକ ସୁବିଧାରୁ ବଂଚିତ ହେଉଥିବା ନେଇ କାଉନସିଲରମାନେ ଅଭିଯୋଗ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପୂର୍ବରୁ ମଧ୍ୟ ଏହି ବିବାଦ ର ସମାଧାନ ପାଇଁ ପୂର୍ବରୁ ସଂଖ୍ୟାଧିକ ବିଜେଡି କାଉନସିଲରମାନେ ଜିଲ୍ଲାପାଳଙ୍କ ଦୃଷ୍ଟି କରିଥିବା ଜଣାଯାଇଛି । ସେହିଭଳି ବିଭିନ୍ନ ୱାର୍ଡରେ ହୋଇଥିବା ଉନ୍ନୟନ କାର୍ଯ୍ୟର ବିଲ୍ ବି ପୌରାଧ୍ୟକ୍ଷ ପାଶ୍ କରୁନଥିବା ଅଭିଯୋଗ ହୋଇଛି । ଆଜି ପୁଣି ଭଦ୍ରକ ପୌରାଉପାଧ୍ୟକ୍ଷା ଅଞ୍ଜୁବାଳା ଜେନାଙ୍କ ନେତୃତ୍ୱରେ ୨୧ରୁ ଉର୍ଦ୍ଧ୍ୱ କାଉନସିଲର ଲାଗି ରହିଥିବା ବିବାଦରେ ହସ୍ତକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଦାବିରେ ଦର୍ଶାଯାଇଛି ଯେ, ସହରବାସୀଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ପୌରପାଳିକା ବିଫଳ ହୋଇଛି । ରାଜ୍ୟ ସରାକାରଙ୍କ ୨୨କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥିକ ଅନୁଦାନରେ ପୌରପାଳିକାର ୩୦ଟି ୱାର୍ଡରେ ୫ଶହଟି ବିଭିନ୍ନ ପ୍ରକଳ୍ପ ଗତ ୨୧.୪.୨୩ତାରିତଖରେ ଅନୁଷ୍ଠିତ କାଉନସିଲ ବୈଠକରେ ଅନୁମୋଦନ ପାଇଥିଲା ।

ପୌରକର୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଆଜି ଯାଏଁ ଉକ୍ତ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ ହୋଇପାରି ନାହିଁ । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବା ପାଇଁ ନିର୍ଦ୍ଦେଶ ଦେବାକୁ ଅସନ୍ତୁଷ୍ଟ ଉପାଧ୍ୟକ୍ଷା ଓ କାଉନସିଲରମାନେ ଜିଲ୍ଳାପାଳଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଗତ ୧୭.୮ ଓ ୧୪.୯.୨୨ ତାରିଖରେ ଅନୁଷ୍ଠିତ କାଉନସିଲ ବୈଠକରେ କାର୍ଯ୍ୟାଦେଶ ପ୍ରାପ୍ତ କେତେକ ଠିକାଦାର ଜାଣିଶୁଣି ପ୍ରକଳ୍ପ ଗୁଡିକର କାର୍ଯ୍ୟ ବିଳମ୍ବ କରୁଥିବା ନେଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତି ନିଆଯାଇଥିଲା । ଏପରିକି ସଂପୃକ୍ତ ଠିକାଦାରମାନଙ୍କୁ ବ୍ଲାକ୍‌ଲିଷ୍ଟେଡ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏହି ଠିକାଦାରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଦୁଇ ଜଣ ଠିକାଦାରଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ବେଳେ ଅନ୍ୟ ୫/୬ଜଣ ଠିକାଦାରଙ୍କ ବିରୋଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଅନ୍ୟପକ୍ଷରେ ପୌରପାଳିକାରେ ଉନ୍ନୟନ କାର୍ଯ୍ୟ ନହେବରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ତେଣୁ ଆଗକୁ ସେମାନେ କାଉନସିଲର ପଦବୀରୁ ଇସ୍ତଫା ଦେବାକୁ ମଧ୍ୟ ଅନେକ କାଉନସିଲର ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଏହି ଦାବିପତ୍ର ପ୍ରଦାନ ବେଳେ ପୌରାଧ୍ୟକ୍ଷା ଅଞ୍ଜୁବାଳା ଜେନା, ସାଂସଦଙ୍କ ପୌରପାଳିକା ପ୍ରତିନିଧି ପ୍ରଣୟ କୁମାର ଦାସ, କାଉନସିଲର ସର୍ବଶ୍ରୀ-ମହମ୍ମଦ ଜକାଉଲ୍ଳା, ଦିଲିପ ନାୟକ, ସେକ ଜୁଲଫିକର ଅଲ୍ଳି, ଆଶୀଷ ଅମିତାଭ ମହାପାତ୍ର, ଖଗେଶ୍ୱର ବାରିକ, ସ୍ୱାଗତିକା ନାୟକ, ସୁନିତା ଜେନା, ସୟଦ ନାସିର ଅଲ୍ଲି, ସହିଦ ଖାନ୍‌, ଅଞ୍ଜନ କୁମାର ଜେନା, ରଞ୍ଜନ କୁମାର ଜେନା, ସୌଭାଗ୍ୟଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଗୀତାଞ୍ଜଳି ଦାସ, ସେକ ଗରିବୁଲ୍ଲା, ଜୟନ୍ତୀ ପୃଷ୍ଟି, ସନୱାରା ବିବି, ଉର୍ମିଳା ମାଝୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.