Home ଜିଲ୍ଲା ପରିକ୍ରମା ବୃଦ୍ଧ ବାପା-ମା’ଙ୍କୁ ଘରୁ ତଡିଦେଲେ ପରିବାର, ଅସହାୟ ହୋଇ ଥାନାରେ ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ବୃଦ୍ଧ ବାପା-ମା’ଙ୍କୁ ଘରୁ ତଡିଦେଲେ ପରିବାର, ଅସହାୟ ହୋଇ ଥାନାରେ ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

59

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅଧୀନ ନୂଆସାହି(ମାଣିପୁର) ଗ୍ରାମର ମାର୍କଣ୍ଡ ସେଠୀ ଓ ତାଙ୍କ ପତ୍ନୀ ଲବଣୀ ସେଠୀ ନାମକ ବୃଦ୍ଧ ବାପା-ମା’ଙ୍କୁ ତାଙ୍କ ପରିବାରର ଘରୁ ତଡି ଦେଇଛନ୍ତି । ଏନେଇ ବୃଦ୍ଧ ଦମ୍ପତି ଅସହାୟ ହୋଇ ବାଂଶଡ଼ା ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି । ପରିବାର ଲୋକ ଘରୁ ତଡ଼ି ଦେଇଥିବାରୁ ବୃଦ୍ଧ ଦମ୍ପତି ମୁଣ୍ଡ ଗୁଞ୍ଜିବାକୁ ଜାଗାନପାଇ ଦୁଃଖ କଷ୍ଟରରେ ବାର ଦୁଆର ହେଉଛନ୍ତି । ବୃଦ୍ଧା ଲବଣୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବୃଦ୍ଧାବସ୍ଥାରେ ସେ ଓ ତାଙ୍କ ସ୍ୱାମୀ ପହଞ୍ଚିଥିବା ବେଳେ ତାଙ୍କ ପରିବାର ଲୋକେ ଖାଇବାକୁ ଦେଉନାହାଁନ୍ତି । ଲବଣି ଏବଂ ତାଙ୍କ ସ୍ୱାମୀଙ୍କୁ ସେମାନେ ମାଡ ମାରି ଘରୁ ତଡି ଦେଇଛନ୍ତି । ଲବଣୀ ତାଙ୍କ ବିବାହିତା ଝିଅଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ ଘରକୁ ଆସିଥିଲେ । ମାତ୍ର ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରି ପରିବାର ଲୋକେ ଘର ଭିତରକୁ ଛାଡିନଥିବା ଦର୍ଶାଯାଇଛି । ଏହି ପରିପ୍ରେକ୍ଷିରେ ତାଙ୍କୁ ନ୍ୟାୟ ପ୍ରଦାନ କରି ଘରେ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ବାଂଶଡା ଥାନା ଅଧିକାରୀ ଦେବରାଜ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘଟଣାର ତଦନ୍ତ ପରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.