Home ଅପରାଧ ଉନ୍ନାଓ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଗୁଳି କରି ମାରିଦେବାକୁ ଦାବି କଲେ ପୀଡିତାର ବାପା

ଉନ୍ନାଓ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଗୁଳି କରି ମାରିଦେବାକୁ ଦାବି କଲେ ପୀଡିତାର ବାପା

861

ନୂଆଦିଲ୍ଲୀ୭ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦିଶାଙ୍କ ଭଳି ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସବୁ ସ୍ତରରେ ଦାବି ହେଉଛି। ଏପରି କି ପରିବାର ଲୋକେ ହାଇଦ୍ରାବାଦ ଭଳି ଉନ୍ନାଓ ପୀଡ଼ିତାଙ୍କ ଅଭିଯୁକ୍ତମାନଙ୍କୁ ଗୁଳି କରି ମାରିଦେବାକୁ ଦାବି କରିଛନ୍ତି।ପୀଡ଼ିତାଙ୍କ ବାପା ପୁଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି। ତାଙ୍କ ଝିଅ ସହିତ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସେମାନଙ୍କୁ ଦଉଡ଼ାଇ ଦଉଡ଼ାଇ ମାରି ଦିଆଯାଉ ବୋଲି ଯୋଗୀ ସରକାର ନିକଟରେ ଦାବି କରିଛନ୍ତି। ହାଇଦ୍ରାବାଦରେ ଦିଶାଙ୍କ ଅଭିଯୁକ୍ତମାନଙ୍କୁ ଯେପରି ମାରି ଦିଆଗଲା ଠିକ୍ ସେହିପରି ମୋ ଝିଅ ମାମଲାରେ ଅଭିଯୁକ୍ତମାନଙ୍କୁ ମାରି ଦିଆଯାଉ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଏହା ନ ହେଲେ ଅଭିଯୁକ୍ତମାନଙ୍କୁ ଫାଶୀରେ ଝୁଲାଇ ଦିଆଯାଉ। ସମସ୍ତ ୫ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ପରେ ହିଁ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.