Home ଓଡ଼ିଶା ପିପିଲି ବିଧାନସଭା ଉପ ନିର୍ବାଚନର ପୋଲିଂ ପାର୍ଟିଙ୍କ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ

ପିପିଲି ବିଧାନସଭା ଉପ ନିର୍ବାଚନର ପୋଲିଂ ପାର୍ଟିଙ୍କ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ

53

ପୁରୀ ୨୬.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପିପିଲି ବିଧାନସଭା ଉପ ନିର୍ବାଚନ ମତାଦାନ ନିମନ୍ତେ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେରହାଉସଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାର ସମୀକ୍ଷା କରିଛନ୍ତି। ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟରର ବ୍ୟବସ୍ଥା ରହିଛି। ଏଥିସହ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା କରାଯାଇଛି। ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ହେବ। ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣାକୁ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁମନ୍ତ କର, ଆସିଷ୍ଟାଣ୍ତ କମାଣ୍ତାଟ ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ, ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.