Home ଓଡ଼ିଶା ଉତ୍ତରପ୍ରଦେଶରେ ବାଣ ବିସ୍ଫୋରଣ

ଉତ୍ତରପ୍ରଦେଶରେ ବାଣ ବିସ୍ଫୋରଣ

145

ଉତ୍ତରପ୍ରଦେଶ,୨୧/୦୯,(ଓଡ଼ିଆ ପୁଅ ପି ନାଏକ):  ଉତ୍ତରପ୍ରଦେଶ ଏଟା ଜିଲ୍ଲାର ମୀରହଚୀ କ୍ଷେତ୍ରରେ ଶନିବାର ଦିନ ଏକ ବାଣ କମ୍ପାନୀ ରେ ଭହାବହ ବିସ୍ପୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଫ୍ୟାକ୍ଟ୍ରିର ସଂଚାଳିକାଙ୍କ ସମେତ ୬ ଜଣଙ୍କର ମୃତ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଏତେ ଅଧିକା ଥିଲା ଯେ, ବାଣ ଫ୍ୟାକ୍ଟି୍ ନିକଟରେ ଥିବା ଘର ପ୍ରଭାବିତ ହୋଇଛି ।

ସୁଚନାମୁତାବକ, କସ୍ୱା ମିରହଚୀରେ ଥିବା ଏକ ଘରେ ବାଣ ତିଆରୀ କରାଯାଉଥିଲା । ତେବେ ଶନିକାର ଦିନ ୧୧ ଟାରେ ବିସ୍ଫୋରଣ ଘଟିଥିଲା । ବିସ୍ଫେରାରଣ ମାତ୍ରା ଏତେ ଜୋରରେ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଧୂଆ ଭରିଯିବା ସହ ଏଥିରେ ମୃତ ହୋଇଥିବା ଲୋକମାନଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇ ବିଚ୍ଛିନ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.