Home ଓଡ଼ିଶା ପଲ୍ୟୁସନ ସାର୍ଟିଫିକେଟ ଦେଇ ମୋଟା ଟଙ୍କା ଆଦାୟ

ପଲ୍ୟୁସନ ସାର୍ଟିଫିକେଟ ଦେଇ ମୋଟା ଟଙ୍କା ଆଦାୟ

780

ଗଜପତି,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ସେପ୍ଟେମ୍ବର ୧ ତାରିଖରୁ ସରକାର ଟ୍ରାଫିକ ନିୟମ କଡାକଡି କରିବା ପରେ ଗାଡ଼ି ମାଲିକମାନେ ମୋଟା ଅଙ୍କର ଜରିମାନା ବାନ୍ଧିବା ଘଟଣା ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇଦେଇଛି । ଫଳରେ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ନିୟମକୁ ମଧ୍ୟ ତିନି ମାସ କୋହଳ କରିଛନ୍ତି । କିନ୍ତୁ କିଛି ପଲ୍ୟୁସନ ସେଣ୍ଟର ଗାଡି ବର୍ତ୍ତମାନ ଗାଁ କୁ ଗାଁ ବୁଲି ପଲ୍ୟୁସନ୍ ସାର୍ଟିଫିକେଟ ଦେଉଥିବା ନଜରକୁ ଆସିଛି ।

ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ପଲ୍ୟୁସନ୍ ସେଣ୍ଟର କରି ଗାଡ଼ିର ନମ୍ବର ପ୍ଲେଟ୍ କୁ ସ୍କାନିଙ୍ଗ କରି ସାର୍ଟିଫିକେଟ ଦେଉଛି । ପଲ୍ୟୁସନ ଟେଷ୍ଟିଂ ପାଇଁ ଗାଡିମାଲିକଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ୫୦ଟଙ୍କାର ରସିଦ କାଟି ସେମାନେ ଅଧିକ ଟଙ୍କା ଦାବି କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.