Home ଓଡ଼ିଶା ଉତ୍କଳ ବିଶ୍ୱ ବିଦ୍ୟାଳୟର ଟପ୍ ଟେନ ତାଲିକାରେ ଗତୀଶ୍ୱର କଲେଜର ରଶ୍ମୀତା ସପ୍ତମ ସ୍ଥାନରେ

ଉତ୍କଳ ବିଶ୍ୱ ବିଦ୍ୟାଳୟର ଟପ୍ ଟେନ ତାଲିକାରେ ଗତୀଶ୍ୱର କଲେଜର ରଶ୍ମୀତା ସପ୍ତମ ସ୍ଥାନରେ

172

ନୟାଗଡ଼, ୩୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉତ୍କଳ ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ନାତକ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଟପ୍ ଟେନ୍ ତାଲିକାରେ ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ରଶ୍ମିତା ଗଜେନ୍ଦ୍ର ସପ୍ତମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲା ପାଇଁ ଗୌରବ ଆଣିଛନ୍ତି। ମାଳିସାହି କଲେଜରେ ରଶ୍ମୀତା ସଂସ୍କୃତ ବିଭାର ଛାତ୍ରୀ ଥିଲେ। ଅର୍ଥାଭାବ ତାଙ୍କର ପାଠ ପଢାରେ ଅନ୍ତରାୟ ସୃଷ୍ଟି କରିନି ବୋଲି ରଶ୍ମୀତା କହିବା ସହିତ ଏଥିପାଇଁ ନିଷ୍ଠା, ପରିଶ୍ରମ ଓ ଲକ୍ଷ୍ୟ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସେ ଦିନକୁ ୧୨ ଘଂଟାରୁ ୧୪ ଘଂଟା ପରିଶ୍ରମ କରୁଥିଲେ। ଏ ସଫଳତାର ଶ୍ରେୟ ସେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କୁ ଦେବା ସହିତ ତାଙ୍କର ପରିଶ୍ରମ ତାଙ୍କୁ ଏଠି ପହଂଚେଇଛି ବୋଲି ଦୃଢତାର ସହ କହିଛନ୍ତି। ରଶ୍ମୀତା ଢେଙ୍କେଣା ପଂଚାୟତ ରୋହିସାହି ଗ୍ରାମର ଖଦାଳ ଗଜେନ୍ଦ୍ରଙ୍କର କନ୍ୟା ଅଟନ୍ତି। ଏହି କୃତୀତ୍ୱ ପାଇଁ ମହାବଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର କର ଓ ସଂସ୍କୃତ ବିଭାଗର ମୁଖ୍ୟ ସୁଶାନ୍ତ କୁମାର ମାଝି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.