Home ଜିଲ୍ଲା ପରିକ୍ରମା ଭଦ୍ରକରେ ସେରା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭଦ୍ରକରେ ସେରା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

20

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାରଦିନ ସେରା ସପ୍ତାହ ବୈଷୟିକ ଶକ୍ତି ଓ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ ଓ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଅଭିଭାଷଣ ନେଇ ଭଦ୍ରକରେ ଏକ ସମାବେଶ କରାଯାଇଛି। ସମଗ୍ର ଭାରତ ବର୍ଷରେ ମାର୍ଚ୍ଚ ୧ ତାରିଖରୁ ସେରା ସପ୍ତାହ ଆରମ୍ଭ ହୋଇଛି। ବିଭିନ୍ନ ପେଟ୍ରୋଲ ପମ୍ପମାନଙ୍କରେ ସମାବେଶର ଆୟୋଜନ କରାଯାଇ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ସମାବେଶକୁ ଉଦବୋଧନ ଦେଇଛନ୍ତି। ଦେଶର ବୈଷୟିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ସମ୍ପର୍କୀତ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ସନ୍ଧ୍ୟା ୬ଟାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଭଦ୍ରକ ନୂଆବଜାର ସ୍ଥିତ ବର୍ଷା ଫୁଏଲ ପମ୍ପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବହୁ ବୁଦ୍ଧିଜୀବୀ, ଜନସାଧାରଣ, ମୋଦି ସମର୍ଥକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ହେମନ୍ତ ପାଢୀ, ଶରତ ପଢିଆରୀ, ଶ୍ରୀହର୍ଷ ସ୍ୱାଇଁ, କଳ୍ପନା ଜନୋ, ଶଶିକାନ୍ତ ବିଶ୍ୱାଳ, ଦୁର୍ଗା ପ୍ରସନ୍ନ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଯୁବନେତା ସୂର୍ଯ୍ୟବଂଶୀ ସୂରଜ ଓ ଦେବାଂଶୁ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.