Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୯ମ ସନ୍ଧ୍ୟା, ଆକ୍ସନ ହିରୋ ସ୍ୱୟମ ଓ ଅଭିନେତ୍ରୀ ଜିନ୍ନା ସାମଲ...

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୯ମ ସନ୍ଧ୍ୟା, ଆକ୍ସନ ହିରୋ ସ୍ୱୟମ ଓ ଅଭିନେତ୍ରୀ ଜିନ୍ନା ସାମଲ କଲେ କମାଲ

18

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆର.ସି.ଏନ. ମିଡ଼ିଆ ପ୍ରାୟୋଜିତ ଅଷ୍ଟମ ବାର୍ଷିକୀ ଆଗରପଡ଼ା ମହୋତ୍ସବର ୯ମ ସନ୍ଧ୍ୟାରେ ଲଭ ୟୁ ପ୍ରିୟା, ଅଜାତଶତ୍ରୁ, ରାଉଡ଼ି ରାଜାର ଆକ୍ସନ ହିରୋ ସ୍ୱୟମ ସିଂହ ଓ ଚଳଚିତ୍ର ତଥା ସିରିଏଲ ଅଭିନେତ୍ରୀ ଜିନ୍ନା ସାମଲଙ୍କ ସଂଳାପ, ନୃତ୍ୟ, ଗୀତରେ ଦର୍ଶକ ବେଶ ଝୁମି ଥିଲେ। ଆଜିର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି କଳା ସଂସ୍କୃତି ବିଭାଗର ସମ୍ପାଦକ ବିଶିଷ୍ଟ ସମାଜସେବୀ ଶଶୀ କୁମାର ସାହୁ ଯୋଗଦେଇ ଆଜିର ଦୁନିଆରେ ଜନସାଧାରଣଙ୍କ ମନରୁ ହସ ଉଭେଇ ଯାଇଛି। ଜଞ୍ଜାଳମୟ ଦୁନିଆରେ ବୁଡ଼ି ରହି ମନଖୋଲା ହସ ମହରଗ ହୋଇଛି। ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ପରସ୍ପର ସମ୍ପର୍କର ଦୃଢୀଭୂତ ହେବା ସହିତ ମନଖୋଲା ହସ ହସିବାର ସୁଯୋଗ ମିଳିଥାଏ। ଏହା ଦ୍ୱାରା ଶାରିରୀକ ମାନସିକ ସୁସ୍ଥତା ଲାଭ ହେବା ସହିତ ମଣିଷ ଦୀର୍ଘ୍ୟାୟୁ ହୋଇଥାଏ। ଅନ୍ୟତମ ଅତିଥି ଭାବେ ପ୍ରାୟୋଜକ ସଂସ୍ଥା ଆର.ସି.ଏନ ମିଡ଼ିଆର ସଞ୍ଜୀବ କୁମାର ଲେଙ୍କା ସାଂସ୍କୃତିକ ସମ୍ପାଦିକ ମମତା ମହାନ୍ତି ଉପସ୍ଥିତ ରହି ଆଗରପଡ଼ା ମହୋତ୍ସବର ଅନୁଭୂତି ଏକ ନିଆରା ବୋଲି କହିଥିଲେ।

ହାଇକୋର୍ଟର ଆଇନଜୀବି ମନୋଜ ରାୟଙ୍କ ପୌରହିତ୍ୟରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ସହ ମହୋତ୍ସବର କଳେବର ବୃଦ୍ଧି ନେଇ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ସାଳନ୍ଦୀ ନଦୀରେ ନିଜସ୍ୱ ଖର୍ଚ୍ଚରେ ପୋଲ ନିର୍ମାଣ କରି ଚର୍ଚ୍ଚା ସାଉଁଟି ଥିବା ବରିଷ୍ଠ ନାଗରିକ ଗଙ୍ଗାଧର ରାଉତଙ୍କ ପୁଷ୍ପଗୁଚ୍ଛ ଉତ୍ତରୀୟ ଦିଆଯାଇ ସମ୍ବଦ୍ଧିତ କରାଯିବା ସହିତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସର୍ବେଶ୍ୱର ପଣ୍ଡାଙ୍କୁ ଟ୍ରଫି ଓ ସମ୍ବର୍ଦ୍ଧନା ପତ୍ର ଓ କୁନି କଣ୍ଠଶିଳ୍ପୀ କ୍ଷରାବ୍ଦୀ ତନୟା ପଣ୍ଡା, ନୃତ୍ୟଶିଳ୍ପୀ ବନ୍ଦନା ପ୍ରିୟଦର୍ଶନୀ ଜେନାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଉପ-ସଭାନେତ୍ରୀ ତଥା ସାଂସ୍କୃତିକ ସମ୍ପାଦିକା ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କାଙ୍କ ମଞ୍ଚ ଉପସ୍ଥାପନାରେ ଚିତ୍ତରଞ୍ଜନ ଦାସ, ଆମ୍ରପଲ୍ଲୀ ଗାହାଣ, ନିହାର ରଞ୍ଜନ ସାହୁ, ଦିପକ ପୁରୀ, ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ରଥ ବେହେରା, କୈଳାସ ଧଳ, ସୁବୋଧ ସାହୁ, ହରମୋହନ ପଣ୍ଡା, ସନ୍ତୋଷ ମହାନ୍ତି, ସୁବାସ ଦାଶ, ଅନ୍ନପୂର୍ଣ୍ଣା ଦାଶ, ଅଶୋକ କୁମାର ପରିଡ଼ା, ନିତ୍ୟାନନ୍ଦ ସିଂହ, ଶ୍ୟାମ ସୁନ୍ଦର ଦାସ, ହରିହର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଭୁବନେଶ୍ୱରର ଶିଳ୍ପିକା ଡ଼୍ୟାନ୍ସ ଗ୍ରୁପ ପକ୍ଷରୁ ବାସୁଦେବ ନାଥଙ୍କ ଉପସ୍ଥାପନାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.