Home Top News ଧାମନଗର ଏନ୍‌ଏସି ନିର୍ବାଚନ ବେଳେ ବୁଥ୍ ନିକଟରେ ଗଣ୍ଡଗୋଳ, ଜଣକୁ ଛୁରାମାଡ଼, ଆକ୍ରମଣକାରୀ ଗିରଫ, ଘଟଣା...

ଧାମନଗର ଏନ୍‌ଏସି ନିର୍ବାଚନ ବେଳେ ବୁଥ୍ ନିକଟରେ ଗଣ୍ଡଗୋଳ, ଜଣକୁ ଛୁରାମାଡ଼, ଆକ୍ରମଣକାରୀ ଗିରଫ, ଘଟଣା ସ୍ଥଳରେ ଆଇଜି ଓ ଏସ୍‌ପି

30

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ଆଜି ୧୧ଟି ୱାର୍ଡ଼ ଓ ଅଧ୍ୟକ୍ଷା ପଦବୀପାଇଁ ଭୋଟ ଚାଲିଥିବାବେଳେ ୯ନମ୍ବର ୱାର୍ଡ଼ର ମଦ୍ରସା ଗୌସିଆ ରୌଫିଆର ୧୦ନମ୍ବର ବୁଥର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ଦୁଇ ଭୋଟରଙ୍କ ମଧ୍ୟରେ ବଚସା ଓ ପରେ ଛୁରାମାଡ଼କୁ ନେଇ ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ଥିବାର ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ୯ନମ୍ବର ୱାର୍ଡ଼ର ବଜାରସାହି ଗ୍ରାମର ସନ୍ତୋଷ ପଲାଇଙ୍କ ପୁଅ ରମେଶ ପଲାଇ ଭୋଟଦେବାକୁ ଆସିଥିବାବେଳେ କସାବମହଲ୍ଲା ଗ୍ରାମର ସେକ୍ ଇବାନଙ୍କ ପୁଅ ସେକ୍ ଅସ୍ତାକ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ନିଶାଗ୍ରସ୍ତ ଅସ୍ତାକ ରମେଶକୁ ଏକ ଭୁଜାଲିରେ ତାଙ୍କର ପେଟକୁ ଆକ୍ରମଣ କରିଥିଲା। ଏହି ସମୟରେ ରମେଶ ତଳେପଡ଼ିଯାଇଥିଲେ। ତାଙ୍କୁ ସଂଗେ ସଂଗେ ଧାମନଗର ଡ଼ାକ୍ତରଖାନାକୁ ନେଇଥିବାବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। ତେବେ ଏହି ଖବର ପ୍ରସାରିତ ହେବାପରେ କେତେକ ବ୍ୟକ୍ତି ଉତେଜିତ ହୋଇ ଉକ୍ତ ବୁଥରେ ପଶି ଭଙ୍ଗାରୁଜା କରିବା ସହ ୱାର୍ଡ଼ ନମ୍ବର ୨ର ବୁଥ ନଂ ୩ଗୁମୁଗଡ଼ ସ୍କୁଲ, ୱାର୍ଡ଼ ନମ୍ବର ୫ର ବୁଥ ୮ ଓ ୯ ଫିଡ଼ର ଓ ଧାମନଗର ହାଇସ୍କୁଲ, ୱାର୍ଡ଼ ନଂ ୧୦ ବୁଥ୍ ନଂ ୧୭, ୧୮ ହିନ୍ଦୁ ପ୍ରାଇମେରି ବିଦ୍ୟାଳୟ ଭୋଟ କେନ୍ଦ୍ରକୁ ଯାଇ ମଧ୍ୟ ବଙ୍ଗାରୁଜା କରିଥିବାରୁ ସେଠାରେ ଭୋଟଗ୍ରହଣ ବନ୍ଦ ରହିଥିଲା।

ତେବେ ପରିସ୍ଥିତି ଅଣାୟତ ହେବାରୁ ଭଦ୍ରକ ଏସ୍‌ପି ଚରଣ ସିଂ ମିନା, ଓ କ୍ରାଇମ୍ ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଏସ୍‌ଟିଏଫର ଡ଼ିଏସ୍‌ପି ମନୋଜ କୁମାର ରାଉତ ଧାମନଗରରେ ପହଂଚି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ ଏବଂ ଘଟଣା ଘଟାଇଥିବା ସେକ୍ ଅସ୍ତାକକୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଦୀର୍ଘ ୨ଘଣ୍ଟା ଧରି ବିଭିନ୍ନ ବୁଥ୍‌ରେ ଭଙ୍ଗାରାଜା ସହ ରାସ୍ତାରେ ଟାୟର ଜାଳି ରାସ୍ତାରୋକ କରିବା ନେଇ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିଲା। ସବୁଠାରୁ ବଡ଼କଥାହେଲା ଥାନା ପାଚେରିକୁ ଲାଗି ଏହି ୧୬ନମ୍ବର ବୁଥଟି ଥିବାବେଳେ ଏହା ମଧ୍ୟ ଉତ୍ତେଜନା ପ୍ରବଣ ଅଂଚଳ ଚିହ୍ନଟ ଥିବାବେଳେ ପୋଲିସ ମାତ୍ର ୨ରୁ ୩ଜଣ ଷ୍ଟାପ ଦେଇ ନିରବରେ ବସିଯାଇଥିଲେ। ଯାହାଫଲରେ ଏପରିଏକ ଘଟଣା ଘଟିଲାବୋଲି ସ୍ଥାନୀୟ ଅଂଚଳର ଅଧିବାସୀମାନେ ମତଦେଇଛନ୍ତି। ତେବେ ଭୋଟ ଦେବାବେଳେ ଉଭୟଙ୍କ ମଧ୍ୟରେ ବଚସାହୋଇ ଏପରି ଘଟଣା ଘଟିଛି। ଏହାକୁ ନେଇ ରାଜନୈତିକରଣ ହେଉ କିମ୍ବା ଭାଇଚାରାର ସମ୍ପର୍କକୁ କଳୁସିତ କରାନଯିବା ପାଇଁ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ସାମ୍ବାଦିକ ମାନଙ୍କ ଜରିଆରେ ସମସ୍ତଙ୍କୁ ନିବେଦନ କରିଥିଲେ। ଘଟଣା ସମ୍ପର୍କରେ ତୀଖ୍ଣ ନଜର ରଖାଯାଇଛି। ପରବର୍ତ୍ତି ସମୟରେ କୌଣସି ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଦିଗରେ ପୋଲିସ ବିଭିନ୍ନ ଛକ ବଜାରରେ ମଧ୍ୟ ନିୟୋଜିତ କରାଯାଇଛି ଏବଂ ଭାଇଚାରା ବଜାୟ ରଖିବାପାଇଁ ଏସ୍‌ପି ଶ୍ରୀ ମୀନା ନିବେଦନ କରିଛନ୍ତି। ତେବେ ଭଙ୍ଗାରୁଜା ହୋଇଥିବା ବୁଥ ମାନଙ୍କରେ ସାନି ନିର୍ବାଚନ ହେବବୋଲି ନିର୍ବାଚନ ଅଧିକାରୀ ତହସିଲଦାର କ୍ଷୀରୋଦ ପଣ୍ଡା ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.