Home ଜିଲ୍ଲା ପରିକ୍ରମା କଇଥଖୋଲାରେ ଆୟୁଷ୍ମାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଇଥଖୋଲାରେ ଆୟୁଷ୍ମାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

21

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ଯତୀନ୍ଦ୍ରନାଥ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଦେବାଶିଷ ବାଗୁଡାଇ ଏବଂ ଯତୀନ୍ଦ୍ରନାଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୟ କୁମାର ପାହାଡି ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ଧାମରା ଅଂଚଳରେ ଥିବା ୮ଟି ପଂଚାୟତର ୩୦ଟି ଉଚ୍ଚ ବିଦ୍ୟାଳୟ ଏବଂ ହାଇସ୍କୁଲର ୬୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ଶିବିରରେ ଯୋଗ ଦେଇଛନ୍ତି। ପ୍ରଶିକ୍ଷକ ଭାବେ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅନୁପ କୁମାର ଦାସ, ଗୋରାଚାନ୍ଦ ମାଝୀ ଓ ଧନପତି ମାନ୍ନା ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ଶୈଶବ ଓ କୈଶୋର ଅବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ଏହି ଶିବିରରେ ୫ ଦିନ ଧରି ଆଲୋଚନା କରାଯିବ ବୋଲି ସଂଯୋଜକ ଅନୁପ କୁମାର ଦାସ ସୂଚନା ଦେଇଛନ୍ତି। ଉକ୍ତ ଶିବିରରେ ସୁପରିଚାଳନା ରେ ଶିକ୍ଷକ ବିଶଯବରଞନ ଭୂୟାଁ, ହେମନ୍ତ କୁମାର ବାରିକ, ବସନ୍ତ ମଣ୍ଡଳ, ଦାଶରଥି ମଣ୍ଡଳ ଓ ଲବ କୁମାର ସାମନ୍ତ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.