Home ଜିଲ୍ଲା ପରିକ୍ରମା ଉଚ୍ଛେଦ ଉଠା ଦୋକାନୀଙ୍କୁ ଜୀବିକା ସୁରକ୍ଷା ଚିନ୍ତା, ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ ୫ରେ

ଉଚ୍ଛେଦ ଉଠା ଦୋକାନୀଙ୍କୁ ଜୀବିକା ସୁରକ୍ଷା ଚିନ୍ତା, ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ ୫ରେ

9

ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ସହର ରାସ୍ତାପାଶ୍ୱର୍ରୁ ଉଚ୍ଛେଦ ସହ ଜୀବିକା ହରାଉଥିବା ଉଠାଦୋକାନୀଙ୍କ ଥଇଥାନକୁ ନେଇ ପଥ ବିକ୍ରେତା ସଂଘର ଏକ ଜରୁରୀ ବୈଠକ ଷ୍ଟେସନଛକଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ଟାଉନ କମିଟି ସମ୍ପାଦକ ମୋହିନୀ ମୋହନ ପରିଡ଼ା ଏଥିରେ ସଭାପତିତ୍ୱ କରିବା ସହିତ ପୌରପାଳିକାର ବେଆଇନ ଉଚ୍ଛେଦ ଧାରାକୁ ତୀବ୍ର ସମାଲୋଚନା କରିଥିଲେ। ୨୦୧୪ ମସିହା ପଥ ବିକ୍ରେତା ଆଇନକୁ ଖୋଲାଖୋଲି ଉଲଂଘନ ସହ ପୌର କର୍ତ୍ତୃପକ୍ଷ ରାସ୍ତା ପାଶ୍ୱର୍ରୁ ଦେକାନୀଙ୍କୁ ଉଚ୍ଛେଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ। ପୌର କର୍ତ୍ତର୍ୃପକ୍ଷ ତୁରନ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ସହ ଭେଣ୍ଡିଂ କମିଟି ବୈଠକ ଡକାଇ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ବା ବିକଳ୍ପ ରୋଜଗାରର ବ୍ୟବସ୍ଥା କରିବାକୁ ଏହି ବୈଠକରେ ଦାବି ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆନଗଲେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ପୌରପାଳିକା ଘେରାଓ ପାଇଁ ଏହି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା। ବାଲେଶ୍ୱର ପଥବିକ୍ରେତା ସଂଘର ୩୨ ଗୋଟି କମିଟିରୁ ଶତାଧିକ ସଦସ୍ୟ ସଦସ୍ୟା ଏହି ବୈଠକରେ ଯୋଗ ଦେଇଥିଲେ। ପଥବିକ୍ରେତା ସଂଘ ଉପ-ସଭାପତି ଆବିଦ ଖାଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ମନୋଜ କୁମାର ରାଠୋର, ଟିପିରି ସିଂ, ମହମ୍ମଦ ଅସଲମ, ରାଜେଶ କୁମାର ପଣ୍ଡା, ଦିବାକର ଜେନା, ରାମକୃଷ୍ଣ ଦାସ, ପବନ ବେହେରା, ଶେଖ ଆଦିଲ ଅଲି, ସହଦେବ ମହାନ୍ତି, ଦୀନବନ୍ଧୁ ସାହୁ, ସତ୍ୟବ୍ରତ ପଣଡା, ରାମକୃଷ୍ଣ ପରିଡ଼ା, ରାଜୀବ ଖାନ, ରହିମ ଖାନ, ବିଦ୍ୟାଚରଣ ସାହୁ, କମଳା ନାୟକ ପ୍ରମୁଖ ଉପସ୍ଥିତ ରହି ବୈଠକ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.