ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଇରାନର ରାଜଧାନୀ ତେହରାନରେ ୟୁକ୍ରେନର ଏକ ବିମାନ କ୍ରାସ୍ ହୋଇଯାଇଛି। କୁହାଯାଉଛି କି ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟରଲାଇନ୍ସର ବୋଇଙ୍ଗ ୭୩୭ ରେ ଚାଲକ ଦଳ ସମେତ ୧୮୦ ଯାତ୍ରୀ ଯାତ୍ରା କରୁଥିଲେ। ଇରାନର ଇମାମ ଖୁମୈନୀ ବିମାନ ବନ୍ଦରରେ ଟେକଅଫ ପରେ ଟେକନିକ୍ ଖରାପ କାରଣରୁ ବିମାନ କ୍ରାସ୍ ହୋଇଛି ବୋଲି କୁହାଯାଉଛି। ତେବେ ଅଧିକ ଖବର ପାଇଁ ଅପେକ୍ଷା କରାଯାଉଛି।








