Home ଜିଲ୍ଲା ପରିକ୍ରମା ଇମିଟେସନ ବଦଳାଇ ସୁନା ଲୁଟୁଥିବା ୩ ମହିଳା ଗିରଫ

ଇମିଟେସନ ବଦଳାଇ ସୁନା ଲୁଟୁଥିବା ୩ ମହିଳା ଗିରଫ

20

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋରି ପୁଣି ଅଭିନବ ଢଙ୍ଗରେ । ଗହଣା ଦୋକାନକୁ ଯାଇ ଗହଣା କିଣିବା ଆଳରେ ଗହଣା ଦେଖୁ ଦେଖୁ ମଉକା ଦେଖି ସୁନା ଅଳଙ୍କାରକୁ ହାତେଇ ବଦଳରେ ଇମିଟେସନ ଗହଣା ଦୋକାନୀକୁ ଦେଇ ଚମ୍ପଟ ମାରୁଥିବା ୩ ମହିଳା ଚୋରଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ ଧରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ବଜାରରେ ଥିବା ମା ତାରିଣୀ ଜୁଏଲାରୀ ସପ୍‌କୁ ୩ଜଣ ମହିଳା ସୁନା କିଣିବା ପାଇଁ ଯାଇଥିଲେ । ଦୋକାନୀକୁ ବିଭିନ୍ନ ପ୍ରକାରର ଅଳଙ୍କାର ଦେଖାଇବାକୁ କହି ଦେଖିବାକୁ ଲାଗିଥିଲେ । ବିଶେଷ କରି ସୁନା ମୁଦିକୁ ଏହିମାନେ ଅଧିକ ଟାର୍ଗେଟ କରିଥିଲେ । ୩ ମହିଳାଙ୍କ ମଧ୍ୟରୁ ଜଣେ ମୁଦି ଦେଖୁଥିବା ବେଳେ ଅନ୍ୟମାନେ ଅନ୍ୟ ଗହଣା ଦେଖାଇବାକୁ କହି ଦୋକାନୀକୁ ବ୍ୟସ୍ତ ରଖିଥିଲେ । ଏହି ମଉକାରେ କୌଶଳ କରି ଜଣେ ମହିଳା ସୁନା ମୁଦି ସହିତ ଅନ୍ୟ ଅଳଙ୍କାରକୁ ଚୋରାଇ ବଦଳରେ ଇମିଟେସନ ଗହଣା ଦୋକାନୀକୁ ଦେଇଥିଲେ । ତେବେ ଇମିଟେସନକୁ ଦେଖି ଦୋକାନୀଙ୍କର ସନ୍ଦେହ ହେବାରୁ ସେ ତୁରନ୍ତ ଦୋକାନ ଗ୍ରୀଲ ବନ୍ଦ କରି ପୁଲିସକୁ ଖବର ଦେଇଥିଲେ । ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ମହିଳା ୩ଜଣଙ୍କୁ ଆଣି ଥାନାରେ ପଚରା ଉଚୁରା କରିବା ପରେ ଏହି ଧନ୍ଦା ସେମାନଙ୍କର ନିୟମିତ ବୋଲି ଜଣା ପଡିଥିଲା । ପୁଲିସ ଉକ୍ତ ମହିଳା ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲା ଅଶୋକନଗର ଥାନା ଅନ୍ତର୍ଗତ କୁଚିପଡା ଗ୍ରାମର ସକିଲା ବିବି, ସଲିମା ବିବି ଓ ରୀନା ରାଣୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୪୮ ହଜାର ୨ଶହ ନଗଦ ଟଙ୍କା, କିଛି ସୁନା ଗହଣା ଜବତ କରିଛି । ଉକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.