Home ଜିଲ୍ଲା ପରିକ୍ରମା ପାଚିଲା ଧାନ ଜମିରେ ପାଣି ମାଡି ଯିବାକୁ ନେଇ ରେଳରୋକ, କ୍ଷତିପୂରଣ ପ୍ରତିଶ୍ରୁତି ପରେ ରେଳରାକ...

ପାଚିଲା ଧାନ ଜମିରେ ପାଣି ମାଡି ଯିବାକୁ ନେଇ ରେଳରୋକ, କ୍ଷତିପୂରଣ ପ୍ରତିଶ୍ରୁତି ପରେ ରେଳରାକ ପ୍ରତ୍ୟାହୃତ, ସ୍ଥାନୀୟ ଜନପ୍ରତିନଧି ମଧ୍ୟସ୍ଥତା କରିବାକୁ ମନାକଲେ

37

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପଂଚାୟତ ଅଧିନସ୍ଥ ନୂଆଗାଁ ଆଡିଆ ଏବଂ ଗୁଆଁଳ ଗ୍ରାମର ବାସିନ୍ଦାଙ୍କ ଚାଷ ଜମିରେ ପାଣି ପାଇପ ଫାଟି ପାଚିଲା ଧାନ ଜମିରେ ପାଣି ମାଡିଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଏଥିପାଇଁ ଧାମରା- ଭଦ୍ରକ ରେଳପଥରେ ରେଳରୋକ ହୋଇଥିଲା । ପରେ ଧାମରା ବନ୍ଦର(ଆଦାନୀ) ପ୍ରଶାସନ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଏହି ରେଳରୋକ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଗତ ସପ୍ତାହରେ ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷଙ୍କ ଏକ ପାଣି ପାଇପ ଗୁଆଁଳ ବନ୍ଧ ନିକଟରେ ଫାଟି ଯାଇ ପାଣି ନିର୍ଗତ ହୋଇଥିଲା । ଏହି ପାଣିର ଶ୍ରୋତ ଏତେ ଥିଲା ଯେ କିଛି ଘଂଟା ମଧ୍ୟରେ ଏହି ୩ଶହ ଏକ ପାଚିଲା ଧାନ ଜମିରେ ସଂପୂର୍ଣ ଭାବରେ ମାଡି ଯାଇଥିଲା । ଏହା ଫଳରେ ସ୍ଥାନୀୟ ଚାଷୀ ନିଜ ଜମିରୁ ଧାନ କାଟି ପାରି ନଥିବାବେଳେ ଏହି ସମସ୍ତ ଜମିରେ ମାଡିଥିବା ପାଣିରେ ଧାନ ଗଛ ଗୁଡିକ ପଡି ପଚି ନଷ୍ଟ ହୋଇ ଯାଇଥିଲା ।ଏହ ପଚିଯାଇଥିବା ଧାନର କ୍ଷତିପୂରଣ ପାଇବା ପାଇଁ ସ୍ଥାନୀୟ ଚାଷୀ ପଂଚାୟତ ପ୍ରତିନିଧି ମାନଙ୍କୁ ଦେଖା କରଥିଲେ । ଏହି କଥାରେ ସ୍ଥାନୀୟ ଜନ ପ୍ରତିନିଧି ମୁଣ୍ଡ ଖେଳାଇବାକୁ ମନା କରିଦେଇଥିଲେ ପରେ ଏହି ଚାଷୀ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଦେଖା କରି ନିଜର ଦାବୀ ଜଣାଇବା ସହ କ୍ଷତି ହୋଇଥିବା ଧାନ ପାଇଁ କ୍ଷତିପୂରଣ ଦାବୀ କରିଥିଲେ । ମାତ୍ର ବନ୍ଦର କର୍ତୁପକ୍ଷ ଦୀର୍ଘ ୭ଦିନ ବିତିଯାଇଥିଲେ ମଧ୍ୟ କିଛି ନଶୁଣିବାରୁ ଆଜି ଚାଷୀ ମାନେ ଏକତ୍ରିତ ହୋଇ ଗୁଆଁଳ ରେଳ ଫାଟକ ଠାରେ ରେଳରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଏହି ପଥରେ ରେଳ ଚଳାଚଳ ସଂପୂର୍ଣ ବନ୍ଦ ହୋଇଯାଇଥିଲା । ଧାମରା ବନ୍ଦର କର୍ତୁପକ୍ଷ ଅନ୍ୟ ଉପାୟ ନପାଇ ଧାମରା,ବାଂଶଡା ପୁଲିସ ଏବଂ ଧାମରା ଆର ଆଇଙ୍କ ସହୟତା ନେଇ ଘଟଣା ସ୍ଥାଳରେ ପହଂଚି ସମସ୍ତ ଘଟଣାର ତଦନ୍ତ କରିବା ସହ ପ୍ରକୃତରେ ୩ଶହ ଏକର ଚାଷ ଜମିରେ ଏହି ପାଣି ମାଡିଯାଇଥିବା କଥା ସ୍ୱୀକାର କରିଥିଲେ ଏବଂ ୬୦ଜଣ ଚାଷୀଙ୍କୁ ଏକର ପିଛା ୨ହଜାର ୫ଶହ ଟଙ୍କା କ୍ଷତି ପୂରଣ ଦେବେ ବୋଲି ଆଶ୍ୱସନା ଦେଇଥିଲେ । ଏହି କ୍ଷତିପୂରଣ ଆଶ୍ୱାସନା ପାଇବା ପରେ ସ୍ଥାନୀୟ ଚାଷୀ ମାନେ ଏହି ରେଳରୋକରୁ ଉଠିଥିଲେ । ପରେ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.