Home ଜିଲ୍ଲା ପରିକ୍ରମା ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ : ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ ସାଂସଦ...

ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ : ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ ସାଂସଦ ଓ ବିଧାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗୋକୁଳାନନ୍ଦ ମହାନ୍ତିଙ୍କ ୪୬ତମ ସ୍ମୃତିଚାରଣ ସାଧାରଣ ସଭା ଅନୁଷ୍ଠିତ

73

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରିଟିଶ ସରକାରଙ୍କୁ ହଟାଇ ସ୍ୱାଧୀନ ଭାରତର ନାଗରିକର ପରିଚୟ ସୃଷ୍ଟି କରି ଭାରତ ମାତାଙ୍କୁ ପରାଧୀନତାରୁ ମୁକ୍ତି କରିବାକୁ ନିଜ ଜୀବନକୁ ବାଜି ଲଗେଇବା ସହ ନିମ୍ନବର୍ଗର ଲୋକଙ୍କ ଆର୍ôଥକ ଅବସ୍ଥାର ଉନ୍ନତି ପାଇଁ ଦେଶ ସେବକ ଭାବେ ଅଭିହିତ କରି ବିଶିଷ୍ଟ ବକ୍ତାମାନେ ମତ ପୋଷଣ କରି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଛନ୍ତି । ସ୍ୱାଧୀନତା ଆନ୍ଦୋଳନର ପୁରୁଖା ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ପ୍ରବୀଣ ରାଜନୀତିଜ୍ଞ, ସମାଜସେବୀ, ପୂର୍ବତନ ସାଂସଦ ଓ ବିଧାୟକ ସ୍ୱର୍ଗୀୟ ଗୋକୁଳାନନ୍ଦ ମହାନ୍ତିଙ୍କ ୪୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ଭଦ୍ରକ ସହର କୁଆଁସ ଗ୍ରାମ ଗୋକୁଳଧାମ ଠାରେ ୪ତାରିଖ ଶୁକ୍ରବାର କୋବିଡ଼ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ମୃତି କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ମୃତି କମିଟି ସାଧାରଣ ସଂପାଦକ ଭଦ୍ରକ ଓକିଲ ସଂଘ ପୂର୍ବତନ ସଭାପତି ଆଡ୍‌ଭୋକେଟ ବିଷ୍ଣୁମୋହନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଗାନ୍ଧୀ ଓଡିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଝରଣା ଦାସ, ପ୍ରତିମା ସାହୁ, ଅଧୀକ୍ଷକ ହୃଷିକେଶ ମହାନ୍ତି, ଗାନ୍ଧୀ ବାଳାଶ୍ରମର କଳା ଶିକ୍ଷକ କାଳିନ୍ଦୀ ମଲ୍ଲିକ, ସମାଜସେବୀ ପରମାନନ୍ଦ ଦାସ ଯୋଗ ଦେବା ସହ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ପ୍ରଭାତ ଫେରୀ, ତିଳତର୍ପଣ, ସମାଧି ପୀଠ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ସ୍ମୃତି ଚାରଣ ସଭା ପ୍ରାରମ୍ଭରେ ଅଭ୍ୟର୍ଥନା କମିଟିର ପୂର୍ବତନ ଅଧ୍ୟକ୍ଷ ଓ ଉପଦେଷ୍ଟା ସ୍ୱର୍ଗତ ଡ. ପ୍ରସନ୍ନ କୁମାର ବିଶ୍ୱାଳ, ଉପଦେଷ୍ଟା ସ୍ୱର୍ଗତ ଡ. ନରହରି ବେହେରା, ବରିଷ୍ଠ ସଦସ୍ୟ ଆଡ୍‌ଭୋକେଟ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ସଦସ୍ୟ ପୌରକର୍ମଚାରୀ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଅଜିତ ଚାନ୍ଦଙ୍କ ବିୟୋଗରେ କମିଟି ପକ୍ଷରୁ ଦିବଂଗତମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆକାଶବାଣୀ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ ସ୍ୱାଗତ ଭାଷଣ, ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. କାନନ ମହାନ୍ତି ଶ୍ରଦ୍ଧାଞ୍ଜଳି କବିତା ପାଠ କରିଥିଲେ ।

ଏହି ସମାରୋହରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା ଶିଳ୍ପ ଅଧିକାରୀ ଇଂ ପୀତାମ୍ବର ପରିଡା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ପୂର୍ବତନ ବିଧାୟକ ନରେନ ପଲେଇ, ଜିଲ୍ଳା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ବରିଷ୍ଠ ଆଡ୍‌ଭୋକେଟ ନିରାକାର ଜେନା, ଡ. ରାମଚନ୍ଦ୍ର ପଣ୍ଡା, ଡାକ୍ତର ହରେକୃଷ୍ଣ ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମାଜସେବୀ ଏସ୍‌.ଏମ୍‌.ଫାରୁକ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଡ. ବାଇଧର ସାହୁ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଶିକ୍ଷାବିତ୍ ଗଗନ ରାଉତ, ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ସୁଧାକର ରାଉତ, ଶାନ୍ତନୁ ରାଉତ, ଆଇନଜୀବୀ ପବନ ଶର୍ମା, ଦିଲିପ ମହାପାତ୍ର, ଅମର ବାରିକ, ଅମିତା ଆଚାର୍ଯ୍ୟ, ଡ. ରାଧାରାଣି ମହାପାତ୍ର, ଶକୁନ୍ତଳା ନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ଡ. ଅବନୀ ପ୍ରଧାନ, ଡ. ରବିନ୍ଦ୍ର ବେହୁରିଆ, ଶିକ୍ଷାବିତ୍ ଗୟାଧର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, ବାବୁଲାଲ ଦାସ, ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ଗୌରହରି ନାୟକ, ରୂପକ ବିହାରୀ ରାୟ, ଲାଲା ପ୍ରମୋଦ ରାୟ, ବୟୋଜ୍ୟେଷ୍ଠ ସମାଜସେବୀ ବିବେକାନନ୍ଦ ମହାନ୍ତି, ତପନ ନାୟକ, ସତ୍ୟାନନ୍ଦ ମହାନ୍ତି, ଉଦୟନାଥ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତା ସ୍ୱର୍ଗତଃ ଗୋକୁଳାନନ୍ଦ ବାବୁଙ୍କ ଅବଦାନ, ଉତ୍ସର୍ଗୀକୃତ ଜନସେବା, ଜଣେ ଆଦର୍ଶ ସେବକ ଭାବେ ସ୍ମୃତିଚାରଣ କରି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଯୁବପୀଢିଙ୍କୁ ପରାମର୍ଶ ଦେଇଥିଲେ । ଧନ୍ୟବାଦ ଦେଇଥିଲେ ଆକାଶବାଣୀ ଡିଡି ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.