Home ଜିଲ୍ଲା ପରିକ୍ରମା ୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଗୋସମ୍ପଦ ଓ ମତ୍ସ୍ୟ ଚାଷ ଉପରେ କୃଷିମନ୍ତ୍ରୀଙ୍କ...

୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଗୋସମ୍ପଦ ଓ ମତ୍ସ୍ୟ ଚାଷ ଉପରେ କୃଷିମନ୍ତ୍ରୀଙ୍କ ଗୁରୁତ୍ୱାରୋପ

20

ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ମାଛିପଡ଼ା ଗ୍ରାମପଂଚାୟତ ପଡ଼ିଆଠାରେ ୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଶୁ, ମତ୍ସ୍ୟ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଅନ୍ତି ବୋଲି କହିବା ସହିତ ପାରମ୍ପରିକ ଚାଷ ବ୍ୟତିରେକ ନୂଆ ନୂଆ ଆଧୁନିକ ଢାଂଚା ଆପଣେଇ ମତ୍ସ୍ୟଚାଷ ଓ ପଶୁ ସମ୍ପଦ ଉପରେ ଗୁରୁତ୍ୱ ଦେଲେ କୃଷକମାନେ ଅଧିକ ମାତ୍ରାରେ ଲାଭବାନ ହୋଇପାରିବେ କହିଥିଲେ। କମ୍ ଜାଗାରେ କିପରି ମତ୍ସ୍ୟଚାଷ କରାଯାଇ ଅଧିକ ଊତ୍ପାଦନ କରାଯାଇ ପାରିବ ତାହା ଉପରେ ସେ ଦିଗ୍‌ଦର୍ଶନ ଦେବା ସହିତ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିଛି ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଆର୍ ରଘୁପ୍ରସାଦ, ବିଭାଗୀୟ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟେ, ଜିଲ୍ଲାପାଳ ଡ.ପୋମା ଟୁଡୁ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ଗୋପାଳନ ଚାଷର ଉପକାରିତା ଏବଂ ପାଥେୟ କରି ଆତ୍ମ ନିଯୁକ୍ତି ସୃଷ୍ଟିକରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଭାବରେ ପିଡି ଡିଆରଡିଏ ସୁବାଷ ଚନ୍ଦ୍ର ରାୟ, ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର, ସ୍ଥାନୀୟ ସରପଂଚ ପରୀକ୍ଷିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧ଶହରୁ ଉର୍ଦ୍ଧ୍ୱ ଗୋପାଳକ ଜିଲ୍ଲାର ୮ଟି ବ୍ଳକର ଗୋପାଳନ କରି ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ଚାଷୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିବାବେଳେ ଜିଲ୍ଲାର ମାଛିପଡ଼ା ଓ ଅଶ୍ୱସ୍ଥପଡ଼ାର ୩ଜଣ ଛାଷୀଙ୍କୁ ସର୍ବଶ୍ରେଷ୍ଠ ଗୋପାଳକ ଭାବେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.