Home କେନ୍ଦୁଝର ପକ୍ଷାଘାତ ରୋଗୀଙ୍କ କଟିଗଲା ରେସନ କାର୍ଡ, ଭୋକ ଉପାସରେ କଟୁଛି ଦିନ

ପକ୍ଷାଘାତ ରୋଗୀଙ୍କ କଟିଗଲା ରେସନ କାର୍ଡ, ଭୋକ ଉପାସରେ କଟୁଛି ଦିନ

106

ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଶେଷ ନାଏକ ନାମକ ଜଣେ ପକ୍ଷାଘାତ ରୋଗୀ ନାନା ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି । ଘରେ କେହି ନଥିବାବେଳେ ଏବେ ସେ ଏକୁଟିଆ ଜୀବନ ଯାପନ କରୁଛନ୍ତି । ତାଙ୍କ ଝିଅ ଓ ଜ୍ୱାଇଁ ଆସି ତାଙ୍କ ଶେବା ଶୁଶ୍ରୁଷା କରୁଥିବାବେଳେ ଘରେ ଖାଇବାକୁ ଦାନା ଗଣ୍ଡେ ନାହିଁଁ । ଝିଅ ଜ୍ୱାଇଁ ଯାହା ତାଙ୍କ ଘରୁ ଆଣି ଦେଉଛନ୍ତି ସେଥିରେ ଜୀବନ ବଞ୍ଚିଛି ବୋଲି ଗାଁ ଲୋକେ କହିଛନ୍ତି । ପୁର୍ବରୁ ସେ ରେସନକାର୍ଡରେ ସରକାରଙ୍କ ତରଫରୁ ଚାଉଳ, କିରୋସିନି ଆଦି ପାଉଥିବାବେଳେ ଗତ ତିନିବର୍ଷ ହେଲା ତାଙ୍କ ଟିପରେ ଆଧର ସଂଯୋଗ ନହେବାରୁ ସେ ଏହି ଯୋଜନାରୁ ବଞ୍ଚିତ ହୋଇ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ପକ୍ଷାଘାତ ରୋଗୀଙ୍କୁ ସହାୟ ହେବା ସହିତ ରେସନକାର୍ଡ କରାଇ ଚାଉଳ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.