Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିଆରା ଢ଼ଙ୍ଗରେ ପ୍ରଥମାଷ୍ଟମୀ ପାଳନ

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ନିଆରା ଢ଼ଙ୍ଗରେ ପ୍ରଥମାଷ୍ଟମୀ ପାଳନ

135

ହାଟଡ଼ିହି, ୯ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ପ୍ରଥମାଷ୍ଟମୀ ପାଳନ କରାଯାଇଛି । ଏହି ଅବସରରେ ବିକାରଶ ମଞ୍ଚର ସଦସ୍ୟମାନେ ବୃକ୍ଷ ଦେବତାଙ୍କୁ ନବବସ୍ତ୍ର ପିନ୍ଧାଇ ପଢ଼ୁଆଁ କରିବା ସହିତ ଧୂପ, ଦ୍ୱୀପ ବନ୍ଦାଇ ପୂଜାର୍ଚ୍ଚନା କରିଥିଲେ । ଗଛ ଆମର ପୁଅ, ଝିଅ, ଭାଇ, ବନ୍ଧୁ କୁଟୁମ୍ବ ଏହି ବାର୍ତ୍ତାଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ମଞ୍ଚର ସଦସ୍ୟମାନେ ଗଛ ଗୁଡିକରେ ଜଳ ସିଞ୍ଚନ କରିବାସହ ପ୍ରଣାମ କରିଥିଲେ । ଉପସ୍ଥିତ ଗ୍ରାମବାସୀମାନେ ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ସ୍ୱାଗତ କରିଥିଲେ । ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା, ମହେଶ୍ୱର ଜେନା, ସାଇବ ପଣ୍ଡା, ସଞ୍ଜିବ ପଣ୍ଡା, ଇନ୍ଦ୍ରମଣୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.