Home କେନ୍ଦୁଝର ୪୦ପରସେଣ୍ଟ ଲେସରେ କାମ ହେବାରୁ ଜଳସମ୍ପଦ ବିଭାଗର ୬୭ କୋଟି ଟଙ୍କା ପାଣିରେ ପଡିଲା ।...

୪୦ପରସେଣ୍ଟ ଲେସରେ କାମ ହେବାରୁ ଜଳସମ୍ପଦ ବିଭାଗର ୬୭ କୋଟି ଟଙ୍କା ପାଣିରେ ପଡିଲା । ୫ବର୍ଷପରେ ବି କାମ ଅଧାପନ୍ତରିଆ

67

ହାଟଡିହି-୯/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ତଳ ମୁଣ୍ଡରେ ଥିବା ଚାଷୀ ମାନଙ୍କ ଜମିକୁ କିପରି ସହଜରେ ପାଣି ମଡାଯାଇ ପାରିବ ଓ ମରୁଡି ସମୟରେ ସୁଚାରୁରୁପେ ଜଳସେଚନର ସୁବିଧା ନିମନ୍ତେ ସରକାର ବିପୁଳ ପରିମାଣର ଅନୁଦାନ ଯୋଗାଇ ଦେଇଥିବାବେଳେ ଜଳସମ୍ପଦ ବିଭାଗ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ ଏହି ଅନୁଦାନ ଏବେ ପାଣିରେ ପଡିବା ସଦୃଷ ହୋଇଛି । କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଦ୍ୟାଧରପୁର-ଆନନ୍ଦପୁର ମେନ କେନାଲ, ଶାଳଣିଆଁ କେନାଲ, ହାଟଡିହି କେନାଲ, ସୋସୋ କେନାଲ, ମନୋହରପୁର କେନାଲ, ମଠସାହି କେନାଲ, ଟାଇଗୁଣା କେନାଲ ଇତ୍ୟାଦି କେନାଲ ଗୁଡ଼ିକ କାର୍ଯ୍ୟ କରିବା ପାଇଁ କାଲକାଟାର ଏଚ.ଏସ.ସି.ଏଲ ଠିକାଦାର ଟେଣ୍ଡର ପାଇଥିଲା । ମାତ୍ର ସେ ଉକ୍ତ କାର୍ଯ୍ୟକୁ ନକରି ଏମ.ଏସ.ଆଇ.ଏଲ ନାମକ ଏକ ଠିକାସଂସ୍ଥାଙ୍କୁ ପ୍ରଦାନ କରିଥିଲା । ଉକ୍ତ କାର୍ଯ୍ୟଟିକୁ ୧୭ ମାସ ମଧ୍ୟରେ ସାରିବାକୁ ଏଗ୍ରିମେଣ୍ଟ ହୋଇଥିଲା । ଏହାକୁ ନେଇ ଚାଷୀ ଠିକ ଭାବେ ପାଣି ପାଇବେ ବୋଲି ଆଶା କରିଥିଲେ । ପାଣିର ଅପଚୟ ହେବ ନାହିଁ ଏବଂ ଚାଷଜମିକୁ ଠିକ ଭାବରେ ପାଣି ଯିବ ବୋଲି ଭାବିଥିଲେ । କେନାଲର ଦୁଇ ପାଶ୍ୱର୍ ଚାରି ଇଞ୍ଚ ଢ଼ଳାଇ ହେବା ସହ ତଳ ବେଡ଼ଟି ମଧ୍ୟ ୱାଲବିମ୍ ଦେଇ ବାଲି ଫିଲିଙ୍ଗ୍ କରି ବିମ୍ ଉପରେ ଢ଼ଳାଇ ପଡ଼ିବ ବୋଲି ଏଷ୍ଟିମେଣ୍ଟ ଥିଲା । । ମାତ୍ର ଏମ.ଏସ.ଆଇ.ଏଲ ଉକ୍ତ କାର୍ଯ୍ୟକୁ ନକରି କୁଜି ଠିକାଦାର ନିଯୁକ୍ତି କରି ୪୦ରୁ ୫୦ପରସେଣ୍ଟ ଲେସରେ କାର୍ଯ୍ୟ କରାଇଥିଲା । ଫଳରେ ଗ୍ରାମାଞ୍ଚଳର ଯୁବକମାନେ ଅତି ନିମ୍ନ ମାନର କରିବାପାଇଁ ବାଧ୍ୟ ହୋଇଥିଲେ । ଏହାକୁ ବିଭାଗ ଅଧିକାରୀ , କନିଷ୍ଠଯନ୍ତ୍ରୀ ମାନେ ଦେଖୁଥିଲେ ମଧ୍ୟ ଚୁପ ହୋଇ ରହିଥିଲେ । ଯାହାଦ୍ୱାରାକି ୪ଇଞ୍ଚ ମୋଟଇର କଂକ୍ରିଟ କାମକୁ ମାତ୍ର ଦେଢ଼ ଇଞ୍ଚରୁ ଦୁଇ ଇଞ୍ଚ ପକାଇବା ସହ ସିମେଣ୍ଟ ଭାଗ ବହୁ କମ ଦେଇଥିଲେ । ଫଳରେ ଅନେକ ସ୍ଥାନରେ କ୍ରଂକିଟ କାମ ଗୁଡିକ ଅଳ୍ପ ଦିନରେ ଭୁଷୁଡି ପଡିଥିଲା । ଯାହାଦ୍ୱାରାକି ସରକାରଙ୍କ ଏଭଳି ଏକ ଜନହିତକର ଯୋଜନା କେବଳ ପାଣିରେ ପଡିବା ସାର ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଏବଂ ପାଣିପଞ୍ଚାୟତର ଚାଷୀମାନେ ବହୁବାର ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିପ୍ରତି ବିଭାଗ ଅଧିକାରୀ ଦୃଷ୍ଟି ନ ଦେଇ ଠିକାଦାରଙ୍କ ସହ ସଲାସୁତୁରା କରିଥିଲେ । ଏପରିକି ୫ବର୍ଷ ପରେବି ଅନେକ ସ୍ଥାନରେ ଏହି ଲାଇନିଂ କାମ ସମ୍ପୁର୍ଣ୍ଣ ହୋଇନପାରି ଅଧାପନ୍ତରିଆ ଭାବେ ପଡି ରହିଛି । କିନ୍ତୁ ଏବେ ଏମ.ଏସ.ଆଇ.ଏଲ ଠିକାସଂସ୍ଥା କେନାଲ କାର୍ଯ୍ୟ ସଂପୂର୍ଣ୍ଣ ନକରି ପଳାଇଥିବାରୁ ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବାନେଇ ସନ୍ଦେହ ପ୍ରକାଶ ପାଇଛି । ଉକ୍ତ ଠିକାସଂସ୍ଥା ୧୭ ମାସରେ କାମ ସଂପୂର୍ଣ୍ଣ କରିବାକୁ ଥିବା ବେଳେ ୫ ବର୍ଷ ଧରି କାମ ସମ୍ପୁର୍ଣ୍ଣ କରିନଥିବାରୁ ଉକ୍ତ ଠିକା ସଂସ୍ଥା ବିରୁଦ୍ଧରେ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ବିିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଅତିନିମ୍ନମାନର କାର୍ଯ୍ୟ କରିଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଇ ସଂପୃକ୍ତ ଠିକାସଂସ୍ଥାକୁ କଳାତାଲିକା ଭୁକ୍ତ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ଆମେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦେଇଛୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.