Home ଓଡ଼ିଶା ରଣପୁର ଗଡଜାତ ରେ ଭକ୍ତାଙ୍କ ଜଳ ତପ ପରେ ଓହଳ ତପ

ରଣପୁର ଗଡଜାତ ରେ ଭକ୍ତାଙ୍କ ଜଳ ତପ ପରେ ଓହଳ ତପ

71

ନୟାଗଡ/୧୩/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଶୈବକ୍ଷେତ୍ର ରଣପୁର ରେ ଭକ୍ତ ଓ ଭକ୍ତା ଙ୍କ ଆଧାରିତ ଦଣ୍ଡନୃତ୍ୟ ଶେଷ ପର୍ଯ୍ୟାୟ ରେ । ମେରୁ ଅବସର ରେ ଶୈବକ୍ଷେତ୍ର ରଣପୁର ର ପ୍ରତେକ ପରିବାର ରେ ଭକ୍ତମାନେ ମେରୁ ଉପବାସ କରିଥାନ୍ତି । କୈଳାସବାସୀ ଙ୍କର ଦଣ୍ଡ ପାଟବେତ କୁ ଧରି ପ୍ରମୁଖ ତେର ଭକ୍ତା ମାନେ ନିଷ୍ଠାର ସହ ତେର ଦିନ ବ୍ୟାପି ପ୍ରଭୁ ଙ୍କର ସେବା କରି ଆସିଥାନ୍ତି । ମେରୁ ଅପରାହ୍ନ ରେ ଭକ୍ତାମାନେ କାମନା ମନ୍ଦିର ପାଖରେ ବିଭିନ୍ନ ଆସନ ରେ ଜପ କରିଥାନ୍ତି । ଶୈବ ପୁରାଣ ବର୍ଣ୍ଣିତ ମଣିଆ ନାମକ ଏକ ଭକ୍ତା ଙ୍କର ମାତୃ ବିୟୋଗ ଘଟିଥାଏ । ତା ପରେ ସମସ୍ତ ଭକ୍ତାମାନେ ପୁଷ୍କରଣୀ ରେ  ଜଳ ତପ କରିଥାନ୍ତି । ତା ପରେ ଦିନ ସାରା କାଷ୍ଠା ଓ ନିଷ୍ଠା ରେ ବ୍ରତ କରିଥିବା ଭକ୍ତ ଓ ଭକ୍ତା ମାନେ ପଣା ସେବନ କରିଥାନ୍ତି ।

ପୂର୍ବଭଳି କାମନା ମନ୍ଦିର କୁ ଦଣ୍ଡ ପାଟବେତ ନେଇ ଗଲା ପରେ ଆରମ୍ଭ ହୋଇଥାଏ ଏକ କୁଣ୍ଡିୟ ହୋମ । ପ୍ରଥମେ ସେହି ହୋମାଗ୍ନୀ ରେ ପାଟବେତ ଧାରି ମୁଖ୍ୟ ଭକ୍ତା ଠାକୁରଙ୍କୁ ହୋମାଗ୍ନୀ ରେ ତପ କରିଥାନ୍ତି । ତା ପରେ ଦଣ୍ଡୁଆ ହାତରେ ଦଣ୍ଡ ଧରି ଶୀର୍ଷାସନ ରେ ହୋମ କୁଣ୍ଡରେ ଝୁଲି ତପ କରିଥାନ୍ତି । ତା ପରେ ସମସ୍ତ ଭକ୍ତା ମାନେ ଶୀର୍ଷାସନ ରେ ପାଦ ଉପରକୁ ରଖି ହୋମକୁଣ୍ଡ କୁ ଓହଳି ତପ କରିଥାନ୍ତି । ଏହାକୁ ଓହଳ ତପ କୁହାଯାଏ । ମେରୁ ଉପବାସ ର ମୂଳ ହେଉଛି ଜଳ ତପ ରୁ ଓହଳ ତପ । ଏହି ଓହଳ ତପ ଦେଖିବା ପାଇଁ ରଣପୁର ର ବଡକୋଠୀ ଠାରୁ ଆରମ୍ଭ କରି ସାନ କୋଠୀ ପର୍ଯ୍ୟନ୍ତ ପ୍ରାୟ ୨୭ ଦଣ୍ଡ ପାଟ ବେତ କାମନା କୋଠୀ ରେ ଶ୍ରଦ୍ଧାଳୁ ଶୈବ ଭକ୍ତ ମାନଙ୍କର ଭିଡ କୋଭିଡ୍ କଟକଣା ଭିତରେ ଦେଖିବାକୁ ମିଲିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.