Home କଳାହାଣ୍ଡି ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

141

କଳାହାଣ୍ଡି- ତା.୨୪.୦୧.୨୦୨୦ (ଓଡିଆପୁଅ) ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୩/୨୦ ଆଧାରରେ ଗିରଫ କରାଯାଇଥିବା ଜଣାପଡିଛି । ଭବାନୀପାଟଣା ଭିଜିଲାନ୍ସ ଅଦାଲତ ଦ୍ୱାରା ଜାରି କରାଯାଇଥିବା ତଲାସି ୱାରେଂଟ ବଳରେ ଗତ ୧୭ ତାରିଖ ରେ ଅନାମ ନାଏକଙ୍କ ଭବାନୀପାଟଣା ନକଟିଗୁଡାସ୍ଥିତ ବାସ ଭବନ ସମେତ ମାର୍କେଟ କମ୍ପ୍ଲେକ୍ସ, ପୁରୁଣାପଡା ଠାରେ ଥିବା କୋଠା ଓ ଲଜ, ମଦନପୁର ରାମପୁର ଠାରେ ଥିବା ଲଜ ଓ ବିଦେଶୀ ମଦ ଦୋକାନ ଏବଂ ଗାଡି ମଟର ଇତ୍ୟାଦି ସମେତ ସୁନା ଗହଣା ଓ ବଗଦ ଟଙ୍କା ଇତ୍ୟାଦି ମୋଟ ୩କୋଟୀ ୪୨ ଲକ୍ଷ ୯୯ ହଜାର ଟଙ୍କାର ସଂପତି ଥିବାର ଆକଳନ କରାଯାଇଥିବା ପ୍ରକାଶ । ୨୦୦୫ ମସିହାରେ ସରକାରୀ ଚାକିରିରୁ ଇଚ୍ଛାକୃତ ଅବସର ନେଇ ପ୍ରଥମେ କଂଗ୍ରେସ ଓ ପରେ ବିଜେଡିରେ ଯୋଗ ଦେଇ ଗତ ୨୦୧୪ ମସିହାରେ ଭବାନୀପାଟନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଦ୍ୱାରା ଅନାମ ନଏକଙ୍କ ଆୟବ୍ୟୟ ହିସାବ ହେବା ପରେ ମୋଟ ସଂପତି ମଧ୍ୟରୁ ୧କୋଟୀ ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ସଠିକ ହିସାବ ଦେଇ ପାରିନଥିବା ପ୍ରକାଶ । ଫଳତଃ ଏହି ଆୟବହିର୍ଭୁତ ସଂପତି ପାଇଁ ଭିଜିଲାନ୍ସ ବିଭାଗ ଅନାମ ନାଏକଙ୍କୁ ଗିରଫ କରିଥରବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.