Home ଓଡ଼ିଶା ପୂର୍ବତନ ବିଧାୟକଙ୍କ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

ପୂର୍ବତନ ବିଧାୟକଙ୍କ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

167

ପାଟଣା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ଵତ୍ତନ ବିଧାୟକ ଗୌରହରୀ ନାଏକଙ୍କ ବୁଧବାର ରାତ୍ରୀ ୧୦ ଟା ୩୦ ସମୟରେ ସାହାରପଡା ବ୍ଲକ ହଳଦୀବଟା ସ୍ଥିତ ବାସଭବନରେ ପରଲୋକ ଘଟିଥିଲା।ସେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ୨ ଥର ଭାରତୀୟ ଜନତା ପାର୍ଟି ତରଫରୁ ପାଟଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସେ ଦୀର୍ଘ ଦିନ ହେବ ସ୍ନାୟୁଜନିତ ରୋଗର ଶିକାର ହୋଇ। ଅସୁସ୍ଥ ଥିଲେ।ବିଧାୟକ ହେବା ପୂର୍ବାରୁ ସେ ବାୟୁ ସେନା ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଗୁରୁବାର ସକାଳେ ତାଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସୁଅ ଛୁଟିବା ସହିତ ଶ୍ରୀ ନାଏକ। ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଦର ବିଧାୟକ ମୋହନ ଚରଣ ମାଝୀ, ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକ, ଜିଲା ଭାଜପା ସଭାପତି ସବୁଜ ମହାନ୍ତ ବର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପୂର୍ବତନ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତ, ସମାଜସେବୀ ଆଖିଳ ଚନ୍ଦ୍ର ନାଏକ, ପୂର୍ବତନ ଜିଲା ପରିଷଦ ଅଧାକ୍ଷା ମମିତା ନାଏକ, ପୂର୍ବତନ ସାହାପଡା ବ୍ଲକ ଅଧକ୍ଷ ଗୌତମ ନାଏକ, ରାଜ୍ୟ କାର୍ଯ୍ୟ କାରୀ କମିଟି ସଭ୍ୟ ମୁରଲୀ ମୋନହର ଶର୍ମା, ଦୀଲୀପ କୁମାର ମିଶ୍ର, ବଜେପି ନେତା ଦିଲୀପ କୁମାର ଦାଶ, ଦୁର୍ଗାଚରଣ ନାଏକ, ଶିବାଜୀ ମହାନ୍ତ ବର୍ମା, ସମାଜସେବୀ ବିରଞ୍ଚି କୁମାର ମହାନ୍ତ ବେଣୁଧର ମହାନ୍ତ, ପ୍ରମୁଖ ଯୋଗ ଦେଇ ଗୌରହରୀଙ୍କ ଶେଷ ଦର୍ଶନ କରିଥିଲେ। ଏଥି ସହ ଶ୍ରୀ ନାଏକ ଙ୍କୁ ବଜେପି ଦଳୀୟ ପତାକା ପ୍ରଦାନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଗୌର ହରି ଙ୍କ ପୁଅ କ୍ଷିତିଶ ନାଏକ ଓ ଝିଅ ସୁସ୍ମିତା ନାଏକ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ନିଜସ୍ୱ ଗାଁ ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁତ୍ର ପୁଅ ଖିତିଶ ନାଏକ ମୁଖାଗ୍ନି ଦେଇଥିଲେ। ଶ୍ରୀ ନାଏକ ବିୟୋଗ କୁନେଇ ରାଜନୀତି ମହଲରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.