Home ଜିଲ୍ଲା ପରିକ୍ରମା ବାଉଁଶିଆପଡ଼ା ପଂଚାୟତରେ ବିଜେଡିରେ ମିଶ୍ରଣ ପର୍ବ

ବାଉଁଶିଆପଡ଼ା ପଂଚାୟତରେ ବିଜେଡିରେ ମିଶ୍ରଣ ପର୍ବ

43

ନୟାଗଡ଼, ୧ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜେଡିର କାର୍ଯ୍ୟାବଳୀ ତଥା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଳକ ବାଉଁଶିଆପଡ଼ା ପଂଚାୟତର ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଗତ ସପ୍ତାହରେ ଭାଟସାହି ପଂଚାୟତର ବିଜେପି ସଭାପତି ଓ କେନ୍ଦୁଢିପି ପଂଚାୟତର ୫୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିବାବେଳେ ଶୁକ୍ରବାର ବାଉଁଶିଆପଡ଼ା ଗ୍ରାମରେ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦିନକୁ ଦିନ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସାମିଲ ହେଉଥିବା ନେଇ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି। ବାଉଁଶିଆପଡ଼ା ପଂଚାୟତର ପୁରୁଷୋତ୍ତମପୁର, ବାଉଁଶିଆପଡ଼ା, ବଳରାମପୁର ଓ ପାଟପୁରର ୫୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତା ସ୍ଥାନୀୟ ବିରୋଧି ଦଳର ନେତା ଜଗବନ୍ଧୁ ଚମ୍ପତ୍ତିଙ୍କ ସହ ବହୁସଂଖ୍ୟାରେ ବିଜେଡିରେ ଯୋଗ ଦେଇଛନ୍ତି। କେନ୍ଦୁଢିପି ପଂଚାୟତ, ବାଉଁଶିଆପଡ଼ା ଏଣିକି ବିରୋଧି ଶୂନ୍ୟ ହେବା କୁହାଯାଉଥିବାବେଳେ ଭାଟସାହି ପଂଚାୟତର ବିଜେଡି ସାଂଗଠନିକ କ୍ଷେତ୍ର ମଜ୍‌ଭୁତ ହେଉଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.