Home ଓଡ଼ିଶା ଆସନ୍ତା ଶିକ୍ଷା ବର୍ଷରୁ ସବୁ ପିଲାଙ୍କୁ ମିଳିବ ଡ୍ରେସ୍ ଓ ଜୋତା

ଆସନ୍ତା ଶିକ୍ଷା ବର୍ଷରୁ ସବୁ ପିଲାଙ୍କୁ ମିଳିବ ଡ୍ରେସ୍ ଓ ଜୋତା

737

ଭୁବନେଶ୍ଵର,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଶିକ୍ଷାବର୍ଷରୁ ସବୁ ପିଲାଙ୍କୁ ମିଳିବ ଡ୍ରେସ୍ ଓ ଜୋତା । କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍। ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଓ ଡ୍ରେସ୍ ମିଳୁଥିଲା। ମାତ୍ର ଏବେ ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଓ ଡ୍ରେସ୍ ସହ ପରିଚୟପତ୍ର ମଧ୍ୟ ମିଳିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.