Home ଜିଲ୍ଲା ପରିକ୍ରମା ବାହରୁ ଆସୁଥିଲେ ସ୍ୱତଃ ଘୋଷଣାନାମା ପ୍ରଦାନ ଓ ମାର୍ଗ ଦର୍ଶିକା ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ବାହରୁ ଆସୁଥିଲେ ସ୍ୱତଃ ଘୋଷଣାନାମା ପ୍ରଦାନ ଓ ମାର୍ଗ ଦର୍ଶିକା ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

240

ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବା ସଂକ୍ରମଣ ରୋକିବା ଲାଗି ସରକାର ଏକାଧିକ ପଦକ୍ଷେପ ଗ୍ରହଣ ପାଇଁ ମାର୍ଗ ଦର୍ଶିକା ଜାରି କରିଚ୍ଥନ୍ତି ।  ବିଶେଷ କରି ବିଦେଶରୁ ବା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷ ସେମାନଙ୍କ ସଂପର୍କରେ ଏକ ଘୋଷଣାନାମା ଦେବା ଜରୁରୀ ।  କାରଣ ଏହା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସଂପୃକ୍ତ ଅଞ୍ଚଳଟି କରୋନା ପ୍ରଭାବିତ କି ନୁହେଁ ତାହା ଜଣାପଡିବ ।  ଯ ଦ୍ୱାରା ଆମ ଜିଲ୍ଲାରେ କରୋନା ପ୍ରତିରୋଧରେ ସହାୟକ ହେବ ।  ଅପର ପକ୍ଷରେ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ  ଅନ୍ତତଃ ୧୪ ଦିନ ଅଲଗା ରହିବାକୁ ପରାମର୍ଶ ଦିଆଯାଊଚ୍ଥି ।  ଯଦି ସେମାନଙ୍କ ମଧ୍ୟରେ ସଂକ୍ରମଣ ଥାଏ ତେବେ ଏହି ସମୟ ମଧ୍ୟରେ ତାହାର ଲକ୍ଷଣ ଦେଖି ଚିକିତ୍ସା କରାଯାଇ ସୁସ୍ଥ କରାଯାଇପାରିବ ।  ଯେ ହେତୁ ଜନ ଗହଳି ମାଧ୍ୟମରେ କରୋନାର ଭୂତାଣୁ ସଂକ୍ରମଣର ଆଶଙ୍କା ଅଧିକ ସେଥିପାଇଁ ଏହି ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନସିଂ ପାଇଁ କୁହାଯାଇଚ୍ଥି ।  କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଯେଊଁମାନେ ବାହାରୁ ଆସୁଚ୍ଥନ୍ତି ବା ଯାହାକୁ ଅନ୍ୟତ୍ର ରଖାଯାଊଚ୍ଥି ସେମାନେ ସମସ୍ତେ କରୋନା ଆକ୍ରାନ୍ତ ।  ଏହା ଏକ ଭ୍ରାନ୍ତ ଧାରଣା ।  ସମାଜର ବୃହତ୍ତର ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେମାନଙ୍କୁ ସାମୟିକ ଭାବେ ଅଲଗା ରଖାଯାଊଚ୍ଥି ।  ସେମାନଙ୍କ ପ୍ରତି ସାଧାରଣରେ ଧାରଣା, ଜଣେ ରୋଗୀ ବୋଲି ଭାବିବା ଊଚିତ ନୁହେଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ଦେଇଚ୍ଥନ୍ତି ।  ସେମାନେ ଆମରି ଭଳି ମଣିଷ, ଆମରି ପୁଅ, ବାପା, ଝିଅ, ମା କିମ୍ୱା ସଂପର୍କୀୟ ।  ତେଣୁ ସେମାନଙ୍କୁ କେହି ଭିନ୍ନ ଦୃଷ୍ଟିରେ ନ ଦେଖିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।  ଆମ ରାଜ୍ୟରେ  ମାତ୍ର ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଚ୍ଥନ୍ତି ଓ ତାଙ୍କର ଚିକିତ୍ସା ଚାଲିଚ୍ଥି ।  କିନ୍ତୁ ସଂଖ୍ୟାଧିକ ସନ୍ଦିଗ୍ଧଙ୍କୁ ଅଲଗା ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ସନ୍ଦିଗ୍ଧଙ୍କର ରିପୋର୍ଟ ନେଗେଟିଭ ଆସିଚ୍ଥି ।  ତାହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ସନ୍ଦିଗ୍ଧକୁ ସାଧାରଣ ମଣିଷ ଭାବେ ଭଲପାଇବା ଓ ସହଯୋଗ ଦେବା ।  ସେହିପରି ଯେଊଁମାନେ କ୍ୱାରେନଟାଇନ ବା ସନ୍ଧିରୋଧ ଗୃହରେ ରହୁଚ୍ଥନ୍ତି ସେମାନେ ଅନ୍ୟ ମାନଙ୍କ ସହ ମିଳାମିଶା  ନ କରିବା ବା ଜନ ଗହଳି ସ୍ଥାନ ଇତ୍ୟାଦିକୁ ନ ଯିବା ଊଚିତ ।  ତେବେ ଚିକିତ୍ସା ପ୍ରଣାଳୀ ଅନୁସାରେ ସେ ଆମକୁ ସଂକ୍ରମଣରୁ ରକ୍ଷା ପାଇଁ ଅନ୍ୟତ୍ର ରହୁଚ୍ଥନ୍ତି ।   ତେଣୁ ଆମେ ବିଦେଶରୁ ବା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଊଚିତ ସମ୍ମାନ ଦେଇ ସହଯୋଗ କରିବା ।  ଅନୁରୂପ ଭାବେ ବାହାରୁ ଆସୁଥିବା ବ୍ୟକ୍ତି ନିଜକୁ ଯଥା ସମ୍ଭବ ଅନ୍ତତଃ ୧୪ ଦିନ  ପାଇଁ ଲୋକଙ୍କ ସହ ଏପରି କି, ପରିବାର ଲୋକଙ୍କ ଠାରୁ ମଧ୍ୟ ଅନ୍ୟତ୍ର ରହିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।  ଆମ ରାଜ୍ୟରେ ପ୍ରତ୍ୟେକଙ୍କ ସହଯୋଗ ଓ ସମନ୍ୱୟ ପାଇଁ କରୋନାର ପ୍ରକୋପକୁ ରୋକାଯାଇପାରିଚ୍ଥି ।  ତେଣୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ଆମେ ଆମର ସର୍ବଶ୍ରେଷ୍ଠ ଧର୍ଯ୍ୟ ଓ ସହନଶୀଳତାକୁ ପ୍ରଦର୍ଶନ କରି ସାମୁହିକ ସପଂଳ ମୁକାବିଲାରେ ବ୍ରତୀ ହେବା ବୋଲି ଶ୍ରୀ ଦାସ ନିବେଦନ କରିଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.