Home ଜିଲ୍ଲା ପରିକ୍ରମା ଆଶା ଓ ଅଙ୍ଗନୱାଡି କର୍ମୀଙ୍କ କରୋନା ଚିହ୍ନଟ ତଦାରଖ କଲେ ରାଜ୍ୟ ପ୍ରତିନିଧି

ଆଶା ଓ ଅଙ୍ଗନୱାଡି କର୍ମୀଙ୍କ କରୋନା ଚିହ୍ନଟ ତଦାରଖ କଲେ ରାଜ୍ୟ ପ୍ରତିନିଧି

74

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ଲକ ଅଞ୍ଚଳରେ କରୋନା ସମେତ ବିଭିନ୍ନ ସଂକ୍ରାମକ ରୋଗ ଓ ଅଣସଂକ୍ରାମକ ରୋଗୀ ଚିହ୍ନଟ ଅଭିଯାନ ତଦାରଖ କରିଛନ୍ତି ରାଜ୍ୟ ପ୍ରତିନିଧିମଣ୍ଡଳୀ । ରାଜ୍ୟ ଅଣସଂକ୍ରାକମ ରୋଗ ନିର୍ଦ୍ଦେଶକ ଡାକ୍ତର ଜ୍ୟୋସ୍ନା ପଟ୍ଟନାୟକ ଓ ପରାମର୍ଶଦାତା ମିସ ଅନୁଜା, ଆଶା ମ୍ୟାନେଜର କଳ୍ପନା ସାମଲ, ଭିବିଡି ସୁପ୍ରିୟା ପାଢୀ ପ୍ରମୁଖ ଆଜି ସରସଦା, ଉତ୍ତରାଗଡିଆ, ବିଷ୍ଣୁପୁର ଆଦି ଅଞ୍ଚଳ ଗସ୍ତ କରି ସମ୍ପ୍ରତି ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା ଚଳାଯାଉଥିବା ବିଭିନ୍ନ ସଂକ୍ରାମକ ଓ ଅଣସଂକ୍ରାମକ ରୋଗୀ ଚିହ୍ନଟ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏଥିସହ ଉତ୍ତରାଗଡିଆ ଗାଁ କଲ୍ୟାଣ ସମିତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ସବୁ ଅଞ୍ଚଳରେ କରୋନା ରୋଗୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ସଚେତନତା ରଥ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏଚଇଓ ଅନିତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ ପ୍ରମୁଖ ରାଜ୍ୟ ପ୍ରତିନିଧିମଣ୍ଡଳୀକୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.