Home ଜିଲ୍ଲା ପରିକ୍ରମା ଟୀକାକରଣ ସଚେତନତା ରଥ ପରିକ୍ରମା

ଟୀକାକରଣ ସଚେତନତା ରଥ ପରିକ୍ରମା

24

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପିଭିସି ଟୀକାକରଣ ସଚେତନତା ରଥ ପରିକ୍ରମା ଆଜିଠାରୁ ଆରମ୍ଭ ହୋଇଛି । ଜନ୍ମରୁ ଏକବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ନିମୋନିଆ ପ୍ରତିଷେଧକ ଟୀକାକରଣ ପ୍ରଦାନ କରାଯିବ । ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ସଚେତନତା ରଥ ପରିକ୍ରମା କରାଯାଇଛି । ଆଗାମୀ ସାତ ଦିନ ମଧ୍ୟରେ ବ୍ଲକର ତେଇଶଟି ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ । ମେଡିକାଲ ପରିସରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ସଚେତନତା ରଥ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏଚଇଓ ଅନିତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ଅର୍ଥପରିଚାଳକ ରଞ୍ଜିତ ବରାଳ, ଡାଟା ମ୍ୟାନେଜର ଶୁଭ୍ରା ଗାଙ୍ଗୁଲି ପ୍ରମୁଖ ରଥ ଅଭିଯାନରେ ସାମଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.