Home ଜିଲ୍ଲା ପରିକ୍ରମା ବିଷ ବଳୟରେ କଦଳୀ, ଆମ୍ବ ଓ ଆମିଷ, ଶୁଖୁଆ, ମାଛ ପରେ ଆମ୍ବରେ କେମିକାଲ ପ୍ରୟୋଗ

ବିଷ ବଳୟରେ କଦଳୀ, ଆମ୍ବ ଓ ଆମିଷ, ଶୁଖୁଆ, ମାଛ ପରେ ଆମ୍ବରେ କେମିକାଲ ପ୍ରୟୋଗ

162

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମେ ଶୁଖୁଆରେ କେମିକାଲ ଦିଆଯାଉଥିଲା । ପରେ ମାଛରେ ଏହି କେମିକାଲ ଜୋରଦାର ପ୍ରଚଳନ ହେଲା । ଏବେ ଆମ୍ବ, କଦଳୀ ପଚାଇବା ପାଇଁ ବ୍ୟବହାର ହେଉଛି ନାଲି ଓ ନେଳି ରଂଗର ଏହି କେମିକାଲ ପାଣି । ଧାମରା, ଚନ୍ଦନିପାଳ, ଚୂଡାମଣି ଅଂଚଳରେ ଥିବା ଶୁଖୁଆ ଖଳା ମାନଙ୍କରେ ଯେଉଁ କେମିକାଲ ବ୍ୟବହାର ହେଉଥିଲା, ତାହା ଏବେ ଫଳ ଗୋଦାମରେ ବି କାରବାର ହେଉଛି । ସମୁଦ୍ରରୁ ମାଛ ଧରୁଥିବା ଧୀବର ଏହି ବ୍ୟବସାୟୀଙ୍କ ହାତକୁ ମାଛଧରା ଜେଟିରେ ମାଛ ମପେଇ ଦେବା ପରେ ଏହି ଲୋଭୀ ବେପାରୀମାନେ କଲିକତାରୁ ଆଣୁଥିବା କେମିକାଲକୁ ଅଧା ପଚା ମାଛରେ ଦେଉଛନ୍ତି ଅଧିକ ଦିନ ରଖିବା ପାଇଁ । ବିଶେଷକରି ଧାମରାରୁ କଲିକତା, ଭଦ୍ରକ, ଭୁବନେଶ୍ୱର, କଟକ ଆଦି ସ୍ଥାନରେ ପହଞ୍ôଚବାକୁ ଓ ବିକ୍ରି ହେବାକୁ ଲାଗିଯାଉଛୁି ତିନିଦିନ ସମୟ । ଏହି ତିନିଦିନରୁ ପାଞ୍ଚଦିନ କାଳ ପାମ୍ପଲେଟ, ଖଅଙ୍ଗା ଆଦି ମାଛକୁ ରଖି ବିକ୍ରି କରିବା ପାଇଁ ଚାଲିଛି ଏହି ବିଷ ପ୍ରୟୋଗ । ମାଛ-ମାଂସ ଭଳି ଖୁବଶୀଘ୍ର ନଷ୍ଟ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ଅଧିକ ଦିନ ଧରି ସଂରକ୍ଷିତ ରଖିବା ସକାଶେ ଅସାଧୁ ବ୍ୟବସାୟୀ ମଣିଷ ଶବକୁ ଅଧିକ ଦିନ ଧରି ସଂରକ୍ଷିତ ରଖିବା ସକାୋ ଡାକ୍ତରଖାନାରେ ବ୍ୟବହାର କରାଯାଉଥିବା ଫର୍ମାଲିନ ନାମକ ଏକ କେମିକାଲକୁ ବ୍ୟବହାର କରୁଛନ୍ତି । ଫର୍ମାଲିନ କେମିକାଲଯୁକ୍ତ ପାଣିରେ ମାଛ ମାଂସକୁ ବୁଡାଇ ରଖି ସପ୍ତାହ ସପ୍ତାହ ଧରି ଏହାର କିଣାବିକା କରୁଛନ୍ତି । ଏହି ଧରଣର କେମିକାଲ ଯୁକ୍ତ ମାଛ ମାଂସ ଖାଇ ଲୋକେ ମାରାତ୍ମକ କ୍ୟାନସର ଭଳି ରୋଗରେ ପୀଡିତ ହେଉଛନ୍ତି ।

ସେହିଭଳି ପନିପରିବା ଏବଂ ଫଳମୂଳରେ ମଧ୍ୟ ଅନୁରୂପ ଅପମିଶ୍ରର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଖରାଦିନେ ମିଳୁଥିବା ଆମ୍ବ, ପଣସ, ଲିଚୁ, ସେପଟା, କଦଳୀ ଆଦିକୁ ଖୁବଶୀଘ୍ର ପଚାଇବା ସକାଶେ ସେଥିରେ କ୍ୟାଲସିୟମ୍ କାରବାଇଟର ବହୁଳ ବ୍ୟବହାର ଚାଲିଥିବାବେଳେ ଏବେ ସେଥିରେ ଏହି କମ୍ବିନେସନରେ ପ୍ରସ୍ତୁତ ଏକ ମାରାତ୍ମକ ଗ୍ୟାସ୍ ସ୍ପ୍ରେ କରାଯାଉଛି । ଯାହାକି କେବଳ ବଦହଜମି, ପେଟରୋଗର କାରଣ ହୋଇନି ପରନ୍ତୁ ମାରାତ୍ମକ କ୍ୟାନସର ଭଳି ରୋଗର କାରଣ ହୋଇଛି । ପନିପରିବା ଚାଷ ସମୟରେ ଏହାର ଅସ୍ୱାଭାବିକ ବୃଦ୍ଧି ପାଇଁ ସେଥିରେ ଏକ ହରମୋନାଲ ଇଞ୍ଜେକସନ ପ୍ରୟୋଗ କରାଯାଉଛି । ଯାହାକି ଖାଦ୍ୟ ପାଇଁ ଅତି ହାନିକାରକ ସାବ୍ୟସ୍ତ ହେଉଥିବା କଥା ମନୁଷ୍ୟ ବିଜ୍ଞାନୀମାନେ ମତ ପୋଷଣ କରୁଛନ୍ତି । ଅନୁରୂପ ବଜାରରେ ମିଳୁଥିବା ଚିକେନର ଓଜନ ବୃଦ୍ଧି ସକାଶେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ହରମୋନାଲ ଇଞ୍ଜେକସନ ଛୋଟ ଛୋଟ ପିଲା ଏବଂ ବୟସ୍କ ଯୁବକ-ଯୁବତୀଙ୍କ ସକାଶେ ଅସ୍ୱାଭାବିକ ଓଜନ ବୃଦ୍ଧି ଏବଂ କ୍ୟାନସର ଭଳି ରୋଗର କାରଣ ହେଉଥିବା କଥା ଚିକିତ୍ସାବିତ୍ ମାନେ ମତପୋଷଣ କରୁଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗ ଏଥିପ୍ରତି କଡା ନଜର ଦେବା ସହିତ ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.