Home ଜିଲ୍ଲା ପରିକ୍ରମା ନବ ନିର୍ମିତ ଭଦ୍ରକ ମେଡ଼ିକାଲ ସିଲିଂ ଗଳିପଡ଼ିବା ଘଟଣା, ଅନୁଧ୍ୟାନ କଲେ ଭଦ୍ରକ ବିଧାନସଭା କଂଗ୍ରେସ...

ନବ ନିର୍ମିତ ଭଦ୍ରକ ମେଡ଼ିକାଲ ସିଲିଂ ଗଳିପଡ଼ିବା ଘଟଣା, ଅନୁଧ୍ୟାନ କଲେ ଭଦ୍ରକ ବିଧାନସଭା କଂଗ୍ରେସ ନେତୃମଣ୍ଡଳୀ

12

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଅପରାହ୍ଣରେ ସାମାନ୍ୟ ବର୍ଷା ଓ ଅଳ୍ପ ମାତ୍ର ପବନରେ ଭଦ୍ରକ ଗେଲପୁରଠାରୁ ନବ ନର୍ମିତ ଭଦ୍ରକ ମେଡ଼ିକାଲ (ଶିଶୁ ଓ ପ୍ରସୂତୀ ବିଭାଗ)ର ଚତୁର୍ଥ ମହଲାର ଶିଶୁ ୱାର୍ଡର ସିଲିଂ ଓ ପ୍ଲାଏ ପାର୍ଟିସନ ଗଳିି ପଡ଼ିବା ଘଟଣାର ଅନୁଧ୍ୟାନ କରିଛି ଭଦ୍ରକ ବିଧାନସଭା କଂଗ୍ରେସ । ଆଜି ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସର କିଛି ନେତା ମେଡ଼ିକାଲକୁ ଯାଇ ମେଡ଼ିକାଲର ଦୁରବସ୍ଥା ବୁଲି ଦେଖିଥିଲେ । ଗତକାଲି ଅପରାହ୍ଣରେ ବର୍ଷା ପବନ ସମୟରେ ମେଡ଼ିକାଲର ଶିଶୁ ବିଭାଗରେ ହୋଇଥିବା ପ୍ଲାଏ ପାର୍ଟିସନ ଓ ଉପର ସିଲିଂ ଗଳି ପଡ଼ିଥିଲା । ମାତ୍ର ସୌଭାଗ୍ୟ ବଶତଃ କୌଣସି ଅଘଟଣା ଘଟି ନଥିଲା । ଏହି ଦୁର୍ଘଟଣା ପରେ ସେହି ୱାର୍ଡରେ କୌଣସି ରୋଗୀ ନିଜକୁ ସୁରକ୍ଷିତ ନମଣି ବାରଣ୍ଡାକୁ ବାହାରି ଆସି ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଯାହାକୁ ଦଳ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଉଦ୍‌ବେଗ ପ୍ରକଟ କରାଯାଇଛି । ଉକ୍ତ ମେଡ଼ିକାଲ ଗୃହ ନିର୍ମାଣରେ ବ୍ୟାପକ ପିସି କାରବାର ହୋଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଉକ୍ତ ଗୃହର ମାନ ପରୀକ୍ଷା କରାଯାଇ ପ୍ରକୃତ ସତ୍ୟର ଉନ୍ମୋଚନ କରାଯିବା ସହ ଏହିଭଳି ଆତ୍ମଘାତୀ କାର୍ଯ୍ୟ କରିଥିବା କଣ୍ଟ୍ରାକ୍ଟର ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ସତ୍ୟାସତ୍ୟ ପଦାକୁ ନଆସିଲେ କଂଗ୍ରେସ ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ବିଜୟ ବାରିକ, ସତ୍ୟ ପୁହାଣ, ରଞ୍ଜନ ଜେନା, ରାଜନ ଲାହା, ପୀତବାସ ଧଳ, ଶଶୀକାନ୍ତ ଜେନା ପ୍ରମୁଖ ମେଡ଼ିକାଲ ବୁଲି ସମଗ୍ର ଘଟଣାର ଅନୁଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.