Home ଜିଲ୍ଲା ପରିକ୍ରମା ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର

ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର

9

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ‘ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଚରମ୍ପା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପିତାମ୍ବର ନାୟକ ସଭାପତିତ୍ୱ କରିବା ସଂଗେ ସଂଗେ ଉକ୍ତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ବର୍ତ୍ତମାନ ପ୍ରରିପେକ୍ଷୀରେ ସରକାରଙ୍କର ବିଭିନ୍ନ ଆର୍ଥିକ ଯୋଜନା ଓ ତାର ସୁଫଳ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ଡାକ ବିଭାଗର ଅଧିକ୍ଷକ ବିଜୟ କୁମାର ମହାନ୍ତି ତାଙ୍କର ବକ୍ତବ୍ୟରେ ଲୋକମାନେ ତାଙ୍କର କଷ୍ଟଲବ୍‌ଧ ଧନକୁ କିପରି ଡାକଘରେ କିମ୍ବା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ଗୁଡ଼ିକରେ ଜମାରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ତାନହେଲେ ଚିଟ୍‌ଫଣ୍ଟ କମ୍ପାନି ମାନଙ୍କ ପ୍ରଲୋଭନରେ ପଡ଼ି ଅଧିକସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଥିଲେ । ଭାରତୀୟ ଡାକବ୍ୟାଙ୍କର ବରିଷ୍ଠ ପରିଚାଳକ ମନୋଜ କୁମାର ଦାସ ଜିଲ୍ଲାରେ ପ୍ରତି ପଞ୍ଚାୟତରେ କିପରି ବ୍ୟାଙ୍କ ସେବା ସହାୟତା କେନ୍ଦ୍ର ଖୋଲିପାରିବ ଓ ଜନସାଧାରଣ କିପରି ସାଇବର ଠକାମିରୁ ନିଜକୁ ନିବୃତ୍ତ କରିପାରିବେ ସେ ବିଷୟରେ ସୂଚନା ଦେଇଥିଲେ । ଆଜିର ସଞ୍ଚୟ ଆସନ୍ତା କାଲିର ଭବିଷ୍ୟତ ଏହି ଉକ୍ତିକୁ ଉପସ୍ଥିତ ଥିବା ସମସ୍ତ ସଭ୍ୟମାନଙ୍କ୍‌ୁ ଅବଗତ କରାଯାଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରାୟ ୩୦୦ ରୁ ଅଧିକ ଛାତ୍ର, ଛାତ୍ରୀ ଓ ଶିକ୍ଷକ ଭାଗ ନେଇଥିଲେ । ଉକ୍ତ ଶିବିରକୁ ଚରମ୍ପା ମହାବିଦ୍ୟାଳୟର ଅଧ୍ୟାପକ ପ୍ରବୀର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା । ଶେଷରେ ଅର୍ଥବିଭାଗ ତରଫରୁ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ପଦ୍ମନ୍ନ କୁମାର ରାୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ପ୍ରଚାରପତ୍ରମାନ ଶିବିରରେ ଉପସ୍ଥିତ ସଦସ୍ୟମାନଙ୍କୁ ବିତରଣ କରିବାର ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.