Home ଜିଲ୍ଲା ପରିକ୍ରମା କମ୍ୟୁନିଷ୍ଟ ପାର୍ଟିର ୧୦୩ତମ ପ୍ରତିଷ୍ଠା ଦିବସ ପାଳିତ

କମ୍ୟୁନିଷ୍ଟ ପାର୍ଟିର ୧୦୩ତମ ପ୍ରତିଷ୍ଠା ଦିବସ ପାଳିତ

14

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୨୦ ଅକ୍ଟୋବର ୧୭ ତାରିଖରେ କମ୍ୟୁନିଷ୍ଟ ପାର୍ଟି ମାନବେନ୍ଦ୍ର ନାଥ ରାୟଙ୍କ ନେତୃତ୍ୱରେ ଗଠନ ହୋଇ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ଠାରୁ ପି. ସୁନ୍ଦର ରାୟ, ପି. ରମୁଟି, ପି.ଏମ.ଏସ, ନମ୍ବ୍ରୁତି ପଦ, ଜ୍ୟୋତି ବସୁ, ହରେକିସନ ସିଂହ, ସୁରଜିତ, ଏମ. ବସୁପୂଣ୍ୟା, ବି.ଟି. ରାନଦେବେ, ମୁଜାଫର ହୋସେନ, ଅମୃତ ଡାଙ୍ଗେ, ପି.ସି. ଯୋଶୀ ଓ ଓଡ଼ିଶା ମାଟିର ଭଗବତୀ ପାଣିଗ୍ରାହୀ, ବୀର ବୈଷ୍ଣବ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବନମାଳୀ ଦାସ, ବୈଦ୍ୟନାଥ ରଥଙ୍କ ଭଳି ବହୁ ନେତୃତ୍ୱ କାରାବରଣ କରି ଦେଶବାସୀଙ୍କ ପାଇଁ ସ୍ୱାଧୀନତା ଆଣିଥିଲେ । ସେହି ସଂଗ୍ରାମୀମାନଙ୍କୁ ମନେ ପକାଇ ଆଜି ଭଦ୍ରକ ଜିଲା କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏବଂ ବର୍ତ୍ତମାନ ଆମେରିକା ସାମ୍ରାଜ୍ୟବାଦ ପାଇଁ ଯେଭଳି ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରୁଛି, ସରକାର ଗଣମାଧ୍ୟମକୁ ଗିରଫ କରୁଛି, ଦରବୃଦ୍ଧି-ବେକାରୀ ସମସ୍ୟା ଉତ୍କଟ ହୋଇ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି, ତାହା ବିରୁଦ୍ଧରେ ଜନସାଧାରଣ ଏକ ହୋଇ ପ୍ରତିବାଦ କରିବା ପାଇଁ ଦିବ୍ୟସିଂହ ନାୟକ ନିବେଦନ କରିଥିଲେ । ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ରାଧା ଦାସ, ପ୍ରଫୁଲ୍ଲ ପାଢୀ, ପ୍ରହ୍ଲାଦ ପତି, ଗିରିଧାରୀ ନାଥ, ଅଭିନ୍ନ ଚନ୍ଦ୍ର ରାୟ, ସେକ୍ କମର, ସେକ୍ କାଲୁ, କାଳନ୍ଦୀ ପାତ୍ର ଓ ବାମଦେବ ମିଶ୍ର ପ୍ରମୁଖ ଏହି ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ହକ୍ ପାଇଁ ଦାବି ଜଣାଇଥିଲେ । ସିପିଆଇଏମ୍‌ର ଜିଲା ସଂପାଦକ ଦିବ୍ୟସିଂହ ନାୟକ ପତାକା ଉତ୍ତୋଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.