Home ଜିଲ୍ଲା ପରିକ୍ରମା ଆରତୀ ଫେବ୍ରିକେଶନରେ ଭୟାବହ ଅଗ୍ନିକାଣ୍ଡ

ଆରତୀ ଫେବ୍ରିକେଶନରେ ଭୟାବହ ଅଗ୍ନିକାଣ୍ଡ

19

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଫେବ୍ରିକେଶନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି। ପ୍ରାପ୍ତ ଘଟଣାରୁ ଯାହା ଜଣାଯାଏ ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବ୍ଲକ୍ ରୋଡସ୍ଥିତ ଆରତୀ ଫେବ୍ରିକେଶନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ବାସୁଦେବପୁର ବ୍ଲକ୍ ରୋଡ୍ ଅନନ୍ତପୁର ରାସ୍ତା ପାଶ୍ୱର୍ରେ ଫେବ୍ରିକେସନ ଥିବାରୁ ଗ୍ୟାସ୍ ଫାଟିବା ଭୟରେ ରାସ୍ତାରେ ଯାତ୍ରୀମାନେ ଭୟକରି ପାଖକୁ ଯାଉନଥିବାର ଦେଖିବାକୁ ମିଳିଥିଲା। ପରେ ଏହି ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇସାରିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଏହା ସର୍ଟ ସର୍କିଟରୁ ହୋଇଥିବାର ସନ୍ଦେହ କରାଯାଉଛି। ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସଂପତ୍ତି ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.