Home ଜିଲ୍ଲା ପରିକ୍ରମା ଆନ୍ତଜିଲ୍ଳା ଏଟିଏମ୍ ଚୋର ସକ୍ରିୟ, ଧାମନଗରରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ

ଆନ୍ତଜିଲ୍ଳା ଏଟିଏମ୍ ଚୋର ସକ୍ରିୟ, ଧାମନଗରରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ

15

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ଚୋରି ଡ଼କାୟତି ଓ ରାହାଜାନି ବୃଦ୍ଧି ପାଉଥିବାବେଳେ ଏବେ ଚୋର ମାନଙ୍କର ବିଭିନ୍ନ ଏଟିଏମ୍ ଉପରେ ନଜର ପଡ଼ିଛି। ଅନେକ ଜାଗାରେ ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ୍ କରିବାରେ ସଫଳ ହେଉଥିବାବେଳେ କେତେକ ସ୍ଥାନରେ ମଧ୍ୟ ବିଫଳ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ଧାମନଗର ଓ ଦୋବଲ ଅଂଚଳରେ ଏସ୍‌ବିଆଇ ଏଟିଏମ୍ ଉପରେ ଡ଼କାୟତ ମାନଙ୍କର ନଜର ପଡ଼ିଥିଲା। ଦୋବଲ ଏସ୍‌ବିଆଇ ବ୍ୟାଙ୍କର ତଳମହଲାରେ ବ୍ୟାଙ୍କର ବହି ପ୍ରିଣ୍ଟିଂ ମେସିନ୍ ଥିଲାବେଳେ ବ୍ୟାଙ୍କର ମୁଖ୍ୟଫାଟକକୁ କାଟି ପ୍ରିଣ୍ଟିଂ ମେସିନ୍‌କୁ ଏଟିଏମ୍ ଭାବି କାଟିଥିବାବେଳେ ସେଠାରୁ ବି‘ଳହୋଇ ଧାମନଗର ଥାନା ସନ୍ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଏସ୍‌ବିଆଇ ଏଟିଏମ୍‌ରେ ଡ଼କାୟତ ମାନେ ପସି ଏଟିଏମ୍ ମେସିନ୍‌କୁ ଗ୍ୟାସକଡଟରରେ କାଟିଥିଲେ। ସେଠାରେ ସର୍ଟସାରକିଟ୍ ହେବାଦ୍ୱାରା ଏଟିଏମ୍‌ରେ ନିଆଁ ଲାଗିଥିଲା। ଏହି ସମୟରେ ବମ୍ବେରୁ ଏକ ମେସେଜ ବାଲେଶ୍ୱର ଏସ୍‌ଟିଏଫ ମନୋଜ ରାଉତଙ୍କ ପାଖରୁ ମେସେଜ ଆସିଥିଲା। ପରେ ଶ୍ରୀ ରାଉତ ଧାମନଗର ଥାନାକୁ ମେସେଜ କରିବା ପରେ ଏହି ସମୟରେ ଏଟିଏମ୍‌ରେ ସାଇରେନ୍ ବାଜିଉଠିଥିଲା। ସଂଗେସଂଗେ ଧାମନଗର ଥାନାଅଧିକାରୀ ବନମାଳି ବାରିକ ସଦଳବଳେ ଏଟିଏମ୍ ନିକଯରେ ପହଂଚିବା କ୍ଷଣି ଡ଼କାୟତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଦମକଳବାହିନୀ ଆସି ଉକ୍ତ ଏଟିଏମ୍‌କୁ ଲିଭାଇଥିଲେ।

ଚୋରମାନଙ୍କ ପଛେପଛେ ପୋଲିସ ପିଛାକରି ଯାଇଥିବାବେଳେ ଡ଼କାୟତ ମାନେ ଦୃତଗତିରେ ୧୬ନମ୍ବର ଜାତୀୟ ରାଜପଥର ଭଦ୍ରକ ଆଡ଼କୁ ପଳାଇଥିଲେ। ପରେ ପୋଲିସ ବିଭିନ୍ନ ଜାଗାରେ ଚେକିଂ କରିବା ସହ ବିଭିନ୍ନ ଥାନାକୁ ମ୍ମ ଖବରଦେଇ ଲୁଟେରାଙ୍କୁ ଠାବ କରିବାପାଇଁ ସିସିଟିଭି ଫୁଟେଜ ଯାଂଚ କରିଛି। ସୂଚନା ଥାଉକି ଶୁକ୍ରବାର ରାତିରେ ମଧ୍ୟ କୁଆଖିଆରେ ଏକ ଏଟିଏମ୍‌ରୁ ଲୁଟ୍ କରି ସେମାନେ ଦୋବଲ ପରେ ଧାମନଗର ଏଟିଏମ୍‌କୁ ଚୋରି କରିବାପାଇଁ ଉଦ୍ଦ୍ୟମ କରିଥିଲେ। ସୂଚନା ଥାଉକି ଡ଼କାୟତ ମାନେ ମାର୍କୋଣା ବରିରାସ୍ତାର ଏକ ନୟଞ୍ଜୁରିରୁ (ନାଳରୁ) ଧାମନଗର ଏଟିଏମ୍‌ରେ ବ୍ୟବହାର କରିଥିବା ଗ୍ୟାସ କଟର ଓ ଅନ୍ୟାନ୍ୟ ସାମଗ୍ରୀକୁ ସେଠାରେ ଫୋପାଡ଼ିଦେଇ ଡ଼କାୟତ ମାନେ ଦୀଗପରିବର୍ତ୍ତନ କରି ଫେରାର ହୋଇଯାଇଥିଲେ। ସେଠାରୁ ମଧ୍ୟ ଏକ ଡ଼ବ୍ଲ୍ୟୁ ବି ୦୨ଏକେ ୩୬୮୬ ଗାଡ଼ି ନମ୍ବର ପ୍ଲେଟ୍ ପୋଲିସ ଜବତ କରିଛି। ସନ୍ଧ୍ୟାରେ ଧର୍ମଶାଳା ଓ କୁଆଖିଆ ଥାନାର ଅଧିକାରୀ ମାନେ ଧାମନଗର ଥାନାରେ ପହଂଚି ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି। ତେବେ ପୋଲିସ ସନ୍ଦେହରେ ଜଣେ ଅଭିଯୁକ୍ତକୁ ଆଣି ପଚରାଉଚୁରା ଆରମ୍ଭ କରିଛି। ତେବେ ଧାମନଗର ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଧାମନଗର ଅଂଚଳରେ ବିଭିନ୍ନ ସମୟରେ ପୂର୍ବରୁ ଚୋରି ଡ଼କାୟତି ହେଉଥିବାବେଳେ ଏବେ ମଧ୍ୟ ଛୋଡଟବଡ଼ ଚୋରି ହେଉଥିବାବେଳେ ରାତ୍ରୀକାଳିନ ପେଟ୍ରୋଲିଂ ସାଙ୍ଗକୁ ବିଭିନ୍ନ ଛକବଜାରରେ ପୋଲିସ ନିୟୋଜିତ କରିବାପାଇଁ ସାଧାରଣରେ ଦାବି ହେଉଛି। ସୂଚନା ଥାଉକି ଧାମନଗର ଏସ୍‌ବିଆଇ ଏଟିଏମ୍‌ରେ ୩୫ଲକ୍ଷଟଙ୍କା ଶୁକ୍ରବାର ଅପରାହ୍ନରେ ଭରିଥିବାବେଳେ ରାତିରେ ଏହି ଅଘଟଣ ଘଟିଥିଲା। ତେବେ ଶନିବାର ଏଟିଏମ୍‌ରେ ୩୫ଲକ୍ଷ ଟଙ୍କା ଉଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.