Home କେନ୍ଦୁଝର ଆମ୍ବୋ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଶ୍ରମିକ ନାମରେ ଚାଲିଛି ମେସିନି କାମ,

ଆମ୍ବୋ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଶ୍ରମିକ ନାମରେ ଚାଲିଛି ମେସିନି କାମ,

64

ହାଟଡିହି- ୧୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ଖଟିଖିଆ ମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କୁ ଆଇନରେ ପରିଣତ କରିଥିଲେ ମଧ୍ୟ ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଶ୍ରମିକ ମାନଙ୍କ ପରିବର୍ତ୍ତେ ମେସିନିରେ କାମ କରାଯାଇ ଶ୍ରମିକ ମାନଙ୍କ ଜବକାର୍ଡ ମାଧ୍ୟମରେ ଅନୁଦାନ ଟଙ୍କାକୁ ଉଠା ଯାଉଛି । ଏପରିକି ବିନା ସୁଚନା ଫଳକରେ ପୋଖରୀ ଖୋଳା ଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଇଛି ଯେ ଏହି ପଞ୍ଚାୟତର ଅଣତିରା ଗ୍ରାମର ତାରିଣୀ ମନ୍ଦି ନିକଟରେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳା ଚାଲିଥିବାବେଳେ ଏଠାରେ ଶ୍ରମିକ ମାନଙ୍କୁ କାମ ଦିଆନଯାଇ ମେସିନି ସାହାଯ୍ୟରେ କାମ କରାଯାଉଛି । ଏପରିକି ଏହାର ମାଟିସବୁକୁ ଅନ୍ୟ ଲୋକଙ୍କ ପଟ୍ଟାଭୁକ୍ତ ଜମିରେ ପକାଯାଉଛି । ଏହା ଏକ ଗୋଚର ଜମି ହୋଇଥିଲେ ମଧ୍ୟ ତହସିଲର ବିନା ଅନୁମତିରେ କାମ କରାଯାଉଛି । କରୋନା ମହାମାରୀ ସମୟରେ ଲୋକମାନେ କାମଧନ୍ଦା ପାଉ ନଥିବାବେଳେ ଏଠାରେ ମେସିନରେ କାମ କରାଯିବାକୁ ନେଇ ଯବକାର୍ଡଧାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏ ସମ୍ପର୍କରେ ପଞ୍ଚାୟତର ଜିଆରଏସଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନଥିବା କହିଥିବାବେଳେ ଜିଓ ଟେକ ମଧ୍ୟ କରିନାହାନ୍ତି ବୋଲି କହିଛନ୍ତି । ସେହିପରି ପଞ୍ଚାୟତର ସରପଞ୍ଚ ମଧ୍ୟ ଏ କାମ ବାବଦରେ ଜାଣି ନାହାନ୍ତି ବୋଲି କହିଛନ୍ତି । କିପରି ସରକାରୀ ଗୋଚର ଜମିରେ ପୋଖରୀ ଖେଳା ଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି କାମ କରୁଥିବା ବ୍ୟକ୍ତିଙ୍କୁ ପଚାରିବାରେ ସେ ୪ଲକ୍ଷ ଟଙ୍କାରେ ୪୦ପରସେଣ୍ଟ ପିସି ଦେବାକୁ କୁହାଯାଇଛି । ଯଦି ମେସିନିରେ କାମ ନକରିବୁ ତେବେ ଆମେ ଏତେ ଟଙ୍କା ପିସି କେଉଁଠୁ ଦେବୁ ବୋଲି କହିଛନ୍ତି । ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ କେବଳ ପିସି ପାଇଁ କାମ କରାଯାଉଛି ନା ଶ୍ରମିକ ମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ଓ ଗ୍ରାମର ବିକାଶ ପାଇଁ କାମ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.